ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ନିକଟବର୍ତ୍ତୀ ଦେହେଲି-ଚାନ୍ଦଲି ପାହାଡ଼ ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଝାଡେଶ୍ବର ମହାଦେବଙ୍କ ପବିତ୍ର ଧାମରେ ବୁଧବାର ସିନ୍ଧେକେଲାର ବେଣୁଧର ସାହୁ ବିବାହ ବନ୍ଧନରେ ଆବଦ୍ଧ ହୋଇ ନିଜ ଜୀବନର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଛନ୍ତି। ଭଗବାନ ମହାଦେବଙ୍କ ପବିତ୍ର ସାନ୍ନିଧ୍ଯରେ ଓ ବୈଦିକ ରୀତିନୀତି ଅନୁଯାୟୀ ଆୟୋଜିତ ଏହି ବିବାହ ଉତ୍ସବରେ ରାଜପୁରୋହିତ ଉମାଶଙ୍କର ତ୍ରିପାଠୀ ମୁଖ୍ୟ ପୁରୋହିତ ଭାବେ ସମସ୍ତ ବିବିଧାନ ସମ୍ପନ୍ନ କରିଥିଲେ। ବେଦମନୁ, ହୋମଯଜ୍ଞ ଏବଂ ପାରମ୍ପରିକ ସଂସ୍କାର ମଧ୍ୟରେ ବର-କନ୍ୟା ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ।

ମନ୍ଦିର କମିଟିର ସଦସ୍ୟମାନଙ୍କ ସହଯୋଗରେ ବିବାହ ଉତ୍ସବ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ, ଆତ୍ମୀୟସ୍ବଜନ, ବନ୍ଧୁ ବନ୍ଧୁବାନ୍ଧବ ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ। ଭକ୍ତି, ପାରମ୍ପରିକତା ଓ ଆନନ୍ଦର ସମନ୍ଵୟରେ ଆୟୋଜିତ ଏହି ବିବାହ ଉତ୍ସବ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଥିଲା। ଶେଷରେ ନବଦମ୍ପତି ଝାଡେଶ୍ବର ମହାଦେବଙ୍କ ଚରଣରେ ପ୍ରଣାମ କରି ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆଶୀର୍ବାଦ କାମନା କରିଥିଲେ।

Exit mobile version