ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

ବାଲିପାଟଣା (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ସରକାରଙ୍କ ଅପାରଗତାରୁ ସାରା ଓଡ଼ିଶାରେ ନାରୀ ଆଜି ଅସୁରକ୍ଷିତ ହୋଇ ପଡିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଲୋକେ ତ୍ରାହି ତ୍ରାହି ଡାକିଲେଣି।ମହିଳାଙ୍କୁ ଶତକଡା ୩୩ ଭାଗ ସଂରକ୍ଷଣ ଦେବାରେ ସରକାର ନାଟକ କରୁଛନ୍ତି ବୋଲି ଆଜି ପୂର୍ବାହ୍ନରେ ବାଲିପାଟଣା ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିଜେଡି ମହିଳା ଶାଖାର ନାରୀ ନେତ୍ରୀ ମାନେ ହଜାର ହଜାର ମହିଳାଙ୍କୁ ସମ୍ବୋଧନ କରି ଏହା କହିଛନ୍ତି।ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ମହିଳା ଶାଖାର ମୁଖ୍ୟ ସ୍ନେହାଙ୍ଗିନୀ ଛୁରିଆ,

ରାଜ୍ୟସଭା ସାଂସଦ ସୁଲତା ଦେଓ,ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ମେୟର ସୁଲୋଚନା ଦାସ,ଭାଇସ ଚେୟାରମେନ ଭାରତୀ ସିଂହ, ରାଜ୍ୟ ବିଜୁ ଯୁବ ଜନତା ସଭାନେତ୍ରୀ ଇପ୍ସିତା ସାହୁ,ପୂର୍ବତନ ସରପଞ୍ଚ ସତ୍ୟଭାମା ବେହେରା ପ୍ରମୁଖ ଉଦବୋଧନ ଦେଇ ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜୟଦେବ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ବାଲିପାଟଣା ଛକ ଠାରେ ଥିବା ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ହଜାର ହଜାର ମହିଳା ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲା।

ମହିଳାମାନେ ସରକାରଙ୍କ ବିରୁଦ୍ଧ ରେ ନାରା ଦେଇ ଲୋକ ମାନଙ୍କୁ ସଚେତନ କରାଇଥିଲେ। ବିକ୍ଷୋଭ ପ୍ରଦର୍ଶନ ପରେ ବିଡିଓ ଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର,ବିଜୁ ଜନତା ଦଳ ମହିଳା ଶାଖା ତରଫରୁ ପ୍ରଦାନ କରାଯାଇଥିଲା। ବିଜେଡିର ସ୍ଥାନିୟ ନେତା ପୂର୍ବତନ ସଭାପତି ପ୍ରତାପ କେଶରୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା,ପୂର୍ବତନ ସଭ୍ୟ ଦିଲ୍ଲୀପ ବଳିୟାରସିଂହ,ପୂର୍ବତନ ବ୍ଲକ ଅଧକ୍ଷ ତ୍ରିବିକ୍ରମ ଦାଶ, ପୂର୍ବତନ ସରପଞ୍ଚ ସୌମ୍ୟ ରଞ୍ଜନ ମହାନ୍ତି,ମିର ନାସିର ଅଲ୍ଲୀ, ବିନେସ ନାୟକ,ସଦାଶିବ ଦାଶ,ବାବୁରାମ ମଲ୍ଲିକ ଓ ନାରୀନେତ୍ରୀ ବବିତା ବେହେରା,ଜ୍ୟୋତ୍ସ୍ନାରାଣୀ ଭୋଳ,ହରପ୍ରିୟା ଭୋଳ,ସାଗରିକା ବେହେରା,ମମତା ପାଳ ,ନୟନା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version