ମାଁ ଶୁକ୍ର ଶୁକ୍ରାଣୀଙ୍କ ଭୂମି ପୂଜନ ଉତ୍ସବରେ ଯୋଗ ଦେଲେ ବିଧାୟକ

ହିଞ୍ଜିଳିକାଟୁ (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା ଦଣ୍ଡ ବନ୍ଧ ପ୍ରାଙ୍ଗଣରେ ଇଷ୍ଟ ଦେବୀ ମାଁ ଶୁକ୍ର ଶୁକ୍ରାଣୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ଉପଲକ୍ଷେ ବୁଧବାର ଭୂମି ପୂଜନ ଉତ୍ସବ ମହା ସମାରୋହରେ ସମ୍ପନ୍ନ ହୋଇଛି । ଚଳିତ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଶୁଭ ମୂହୁର୍ତ୍ତ ପ୍ରାତଃ ସାଢ଼େ ୭ ସମୟରେ ଭୂମି ପୂଜନ ଓ ଶିଳାନ୍ୟାସ ପୂର୍ବାହ୍ନ ସାଢ଼େ ୯ ଟା ସମୟରେ ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା ପ୍ରଦେଶ କିଶାନ କଂଗ୍ରେସ ଉପାଧ୍ୟକ୍ଷ ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ନାମ ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ସମ୍ବର୍ଦ୍ଧିତ କରି ବିଧାୟକଙ୍କୁ ଭୂମି ପୂଜନ ସ୍ଥଳକୁ ପାଛୋଟି ନେଇଥିଲେ । ମୁଖ୍ୟ ପୁରୋହିତ ଭଗବାନ ପାଢ଼ୀ ପୂଜା ନୀତି ସମ୍ପନ୍ନ କରିଥିଲେ । କର୍ତ୍ତା ଭାବେ ଅନିଳ ବିଷୋୟୀ ଯୋଗ ଦେଇଥିଲେ। ବିଧାୟକଙ୍କ ସହ ସମାଜସେବୀ ତଥା ଦକ୍ଷ ସଂଗଠକ ପ୍ରଦୀପ କୁମାର ମହାରଣା, ଶେରଗଡ ବ୍ଲକ ସଭାପତି କୁନା ବିଷୋୟୀ, ମନୋଜ ପ୍ରଧାନ, ଆକାଶ ସେଠୀ, ଛାତ୍ର ନେତା ସଞ୍ଜୟ ସ୍ୱାଇଁ, ଚିରଞ୍ଜିବୀ ବିଷୋୟୀ, ଦିଲ୍ଲୀପ ପ୍ରଧାନଙ୍କ ସମେତ ନିକଟସ୍ଥ ଗ୍ରାମର ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

Exit mobile version