ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ବରଗଡ଼ :- ବର୍ଷା ଋତୁ ଆସିଲେ ବରଗଡ଼ ପୈ।ରାଞ୍ଚିରେ ୧ ନମ୍ବର ଓ୍ବ।ର୍ଡ ବାସୀଙ୍କ ଚିନ୍ତା ବଢିଯାଏ । କାରଣ ଜୀରା ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ଏବଂ ଆପ୍ରୋଚ ରାସ୍ତାକୁ ନେଇ । ଗତ କିଛି ବର୍ଷ ହେବ ନିର୍ମାଣାଧୀନ ନୂତନ ପୋଲର କାମ ଶେଷ ହେବାର ନାଁ ଧରୁନି । ପୋଲ କାମ କେବଳ ପିଲାର ନିର୍ମାଣ ରେ ସିମୀତ ହୋଇ ରହିଛି । ଅପରପକ୍ଷରେ ଏଇ ରାସ୍ତା ଦେଇ ପ୍ରତ୍ୟେହ ହଜାର ହଜାର ଲୋକ ଜିଲ୍ଲା ସଦର ମହକୁମା କୁ ଯିବା ଆସିବା ପାଇଁ ଆପ୍ରୋଚ ରାସ୍ତାକୁ ବ୍ୟବହାର କରିଥାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ତତ୍ କାଳୀନ ଇଂରେଜ ସରକାର ଙ୍କ ଅମଳରେ ଓଡିଶ ରୁ ଛତିଶଗଡ଼ ରାଜ୍ୟ କୁ ଯିବା ଆସିବା କରିବା ପାଇଁ ଏହି ପୋଲ ନିର୍ମାଣ କରିଥିଲେ । ହେଲେ ପୋଲଟି ଜରାଜୀର୍ଣ୍ଣ ଅବସ୍ଥା ରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ର ସୁପାରିଶ କ୍ରମେ ରାଜ୍ୟ ସରକାର ଙ୍କ ଦ୍ଵାରା ଏହାର ନିର୍ମାଣ କାର୍ଯ୍ୟ ଏକ ଘରୋଇ ଠିକା ସ°ସ୍ଥା ଦିଆଯାଇଥିଲା । ତେବେ ନିର୍ମାଣ କାର୍ଯ୍ୟ ର ମନ୍ଥର ଗତି ଯୋଗୁଁ ତାହା ଏବେ ପିଲାର୍ ମଧ୍ୟରେ ସୀମିତ ରହିଛି ।
ଫଳରେ ସହରବାସୀ ବହୁ ହଇରାଣ ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ସୁବିଧା ପାଇଁ ପୈ।ର ପ୍ରଶାସନ ପକ୍ଷରୁ ନଇ ମଧ୍ୟରେ ଅସ୍ଥାୟୀ ପୋଲ- ସହ ଆପ୍ରୋଚ ରୋଡ଼ ତିଆରି କରାଯାଇଛି । ତେବେ ପତି ବର୍ଷ ବର୍ଷା ଋତୁ ଆସିଲେ ଉକ୍ତ ଆପ୍ରୋଚ ରୋଡ଼ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଧୋଇ ହୋଇଥାଏ । ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଣି ରାସ୍ତା ନିର୍ମାଣ କରାଯାଏ । ଚଳିତ ବର୍ଷ ମଧ୍ୟ ବନ୍ୟା ଜଳ ପ୍ରବାହିତ ହୋଇ ଉକ୍ତ ରାସ୍ତା ଧୋଇ ହୋଇ ଯାଇଥିବାରୁ ଲୋକେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ହେବ ଉକ୍ତ ରାସ୍ତା ଦେଇ ଯିବା ଆସିବା କରି ପାରୁ ନାହାନ୍ତି । ଏବେ ଅମ୍ବାପାଲିବାସୀ ସଦର ମହକୁମା କୁ ଯିବାକୁ ହେଲେ ୫ କିଲୋମିଟର ବୁଲି କି ଯିବା କୁ ପଡୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଠିକା ସଂସ୍ଥା କୁ ତାଗିଦ୍ କରିବାକୁ ସାଧାରଣରେ ଦାବି ହେଉଛି । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
