ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଆୟୁର୍ବେଦିକ ଔଷଧି ବା ଚେରମୂଳିର ଲାଭର ପ୍ରଚାର ପ୍ରସାର କରିବା ପାଇଁ ନିଜ ଲକ୍ଷ୍ୟରେ ଆଗକୁ ବଢି ଭାରତର ସର୍ବବବୃହତ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପୁଦିନାକୁ ଏକ ଚମତ୍କାରୀ ଔଷଧି ଭାବେ ପ୍ରୋତ୍ସାହିତ କରିବା ପାଇଁ ଏକ କ୍ୟାମ୍ପେନ ଶୁଭାରମ୍ଭ କରିଛି । ପୁଦିନାରେ ପ୍ରଚୁର ପରିମାଣର ଆଂଟିଅକ୍ସିଡାଂଟ ଓ ଫିଟୋନ୍ୟୁଟ୍ରିଏଂଟ ରହିଛି ଯାହା ବିଶେଷକରି ପ୍ରଚଣ୍ଡ ଗ୍ରୀଷ୍ମଋତୁ ସମୟରେ ମଣିଷର ପେଟ ପାଇଁ ଚମତ୍କାର ଔଷଧ ଭାବେ କାର୍ଯ୍ୟ କରିପାରେ ।
