ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନୟାଗଡ  (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଆର୍ନ୍ତଜାତୀକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧ ସପ୍ତାହ ଅବସରରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିଶା ନିବାରଣ ଜନିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ପତାକା ହଲାଇ ଉଦଘାଟନ କରିଛନ୍ତି l ସମଗ୍ର ଜିଲ୍ଲାର ୮ ଟି ଯାକ ବ୍ଳକ ଏହି ରଥ ପରିକ୍ରମା କରି ନିଶା ପାନ ଜନିତ ଅପକାରିତା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇବ l ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଜିଲ୍ଲାପାଳ ନିଶା ଦ୍ରବ୍ୟ ଚୋରା ଚାଲାଣ ସହ ସେବନ କଲେ ଜୀବନର ଅମୂଲ୍ୟ ସମ୍ପଦ ସ୍ବାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ଏବଂ ଏଥିପାଇଁ କଣ ଦଣ୍ଡ ବିଧାନ ରହିଛି ସେ ସମ୍ପର୍କରେ ତୀର୍ଥକ୍ଷେତ୍ର ଲାଇଭକୁ ନିଜର ସ୍ୱତନ୍ତ୍ର ପ୍ରତିକ୍ରିୟା ଦେଇଥିଲେ l

ଏପରିକି ଏହି କାର୍ଯ୍ୟକ୍ରମ ବେଳେ ଉପସ୍ଥିତ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ନିଜ ଆହ୍ୱାନ ମାଧ୍ୟମରେ ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିଶା କୁ ସମସ୍ତେ ନାଁ କହିବାକୁ ପରାମର୍ଶ ଦେଇଥିଲେ l  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ସୁପରିଚାଳନାରେ ଆୟୋଜିତ ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣଦେବ ସମାଦ୍ଧର, ଜିଲ୍ଲା ଅବକାରୀ ବିଭାଗର ଉପ ଅଧୀକ୍ଷକ ପ୍ରକାଶ ଶାହା,

ଅବକାରୀ ମୋବାଇଲ ସ୍କ୍ୱାର୍ଡର ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ଙ୍କ ସମେତ ଜିଲ୍ଲା ଅବକାରୀ ବିଭାଗର ସମସ୍ତ କର୍ମଚାରି ଉପସ୍ଥିତ ଥିବାବେଳେ ଅବକାରୀ ଅଧୀକ୍ଷକ ରାଜ୍ୟ ସରକାରଙ୍କ ଦ୍ବାରା ଆହୂତ ଭିଡିଓ କନଫର୍ଶିଂ କାର୍ଯ୍ୟରେ ଯୋଗ ଦେଇଥିବା ଯୋଗୁ ଅନୁପସ୍ଥିତ ଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଵିଭାଗ, ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମ ବେଶ୍ବ ସଫଳତାର ସହ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି l 

Exit mobile version