ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ଜଗତସିଂହପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଓଡିଶା ସରକାର ଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳ ରେ ପରିବର୍ତନ ଉପରେ ଏକ ଉଚ୍ଛବ ଗୁରୁବାର ବିରିଡି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବିଡ଼ିଓ ଆୟୁଷି ପତି, ଏବିଡ଼ିଓ ଲୋପାମୁଦ୍ରା ନାୟକ, ଏମପି ଙ୍କ ପ୍ରତିନିଧି ଗୀତାଞ୍ଜଳି ସାହୁ, ଓରମାସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁସ୍ମିତା ସାହୁ, ଓ ପ୍ରଭାତ ଦାଶ ପ୍ରମୁଖ ଯୋଗଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l

ଏହାକୁ ସଂଯୋଜନା କରିଥିଲେ ବିପିଏମ ପ୍ରତାପ ରୁଦ୍ର ନନ୍ଦ l ବିଶେଷ କରି ବୈଠକରେ ଆବାସ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ, ଅଙ୍ଗନବାର୍ଡି କର୍ମୀଙ୍କୁ ସ୍ମାର୍ଟ ଫୋନ ବଣ୍ଟନ, ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ, ଉଜାଲା ଗ୍ୟାସ ଯୋଜନାରେ ଚୁଲା ଓ ଗ୍ୟାସ ବଣ୍ଟନ, ଏସଆଇ ଆର ସର୍ଭେ ରେ ସଫଳ ହୋଇଥିବା ବିଏଲଓ ମାନଂକୁ ସମ୍ବର୍ଦ୍ଧିତ କରାଯାଇଥିଲା,

ମହିଳା ଏସଏଚ ଜି ମାନଂକୁ ଋଣ ପ୍ରଦାନ, ଲକ୍ଷ୍ୟପତି ଦିଦି ଙ୍କୁ ଲୋନ ପ୍ରଦାନ, ମୁଖ୍ୟ ମନ୍ତ୍ରୀ ଅର୍ଣ୍ଣପୁନା ଯୋଜନା କାର୍ଡ ପ୍ରଦାନ, ସେୟାର ସାର୍ଟିଫିକେଟ ପ୍ରଦାନ, ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ ଆଦି କାର୍ଯ୍ୟ କରାଯାଇଥିଲା l ବିଧାୟକ ଶ୍ରୀ ଭୋଇ ସରକାର ବ୍ଲକରେ କିକି କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ l ଶେଷରେ ବ୍ଲକର ବିଶ୍ୱଜିତ ବିଶ୍ୱାଳ ସମସ୍ତ କାର୍ଯ୍ୟକୁ ପରିଚାଳନା କରିବାସହ ଧନ୍ୟବାଦ ଦେଇଥିଲେ l

Exit mobile version