ଭାପୁର ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ଭାପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଭାପୁର ସଦର ମହକୁମାରେ ବିରାଜମାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଭାପୁର ବାଇପାସସ୍ଥିତ ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ମନ୍ଦିର ପରିଚାଳନା କମିଟିର ସଭାପତି ସୁମନ୍ତ କୁମାର ଜେନାଙ୍କ ଆବାହକତ୍ୱରେ ବୁଧବାର ଅନୁଷ୍ଠିତ ଉକ୍ତ ବୈଠକରେ ରଥ ଯାତ୍ରା ପରିଚାଳନା କମିଟିର ସ୍ଥାୟୀ ସଭାପତି ତଥା ତହସିଲଦାର ଲୋପାମୁଦ୍ରା ରଥଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ,

ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ସାଂସଦଙ୍କ ନୟାଗଡ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ବିଧାୟକଙ୍କ ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରାଣସିଂହ, ଅଗ୍ନିଶମ ବିଭାଗ ଅଧିକାରୀ ନୀଳକଣ୍ଠ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଦୀପ୍ତ କୁମାର ପାଇକରାୟ, ବିଟ ହାଉସ ଅଧିକାରୀ ସୁଶାନ୍ତ ବେହେରା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ହୋଇ ମୂଲ୍ୟବାନ ପରାମର୍ଶ ଓ ସହଯୋଗ ପ୍ରଦାନ କରିବାକୁ ମତାମତ ପ୍ରଦାନ କରିଥିଲେ.!

ବିଶେଷ ଭାବରେ ଟ୍ରଷ୍ଟ ସଭାପତି ଶ୍ରୀ ସୁମନ୍ତ କୁମାର ଜେନା ମହୋଦୟ ମନ୍ଦିରର ଆର୍ଥିକ ସମସ୍ୟା, ଭକ୍ତମାନଙ୍କ ସହଯୋଗ, ମନ୍ଦିର ନିର୍ମାଣ କାର୍ଯ୍ୟ ଓ ସମ୍ପ୍ରତି ପଞ୍ଜୀକୃତ ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ (କୈବଲ୍ୟ ଶ୍ରୀକ୍ଷେତ୍ର) ର ଭବିଷ୍ୟତ କାର୍ଯ୍ୟଯୋଜନା ବିଷୟରେ ଆଲୋକପାତ କରିଥିଲେ. ଭାପୁର ବ୍ଲକକୁ ଏକ ଆଧ୍ୟାତ୍ମିକ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ଦିଗରେ ପ୍ରଶାସନ ଓ ସାଧାରଣ ଜନତାଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା. ଗତ ବର୍ଷର କାର୍ଯ୍ୟବିବରଣୀ ଟ୍ରଷ୍ଟି ସଦସ୍ୟ ଗଙ୍ଗାଧର ବାରିକ ପାଠ କରିଥିଲେ. ତହସିଲଦାର ଶାନ୍ତିପୂର୍ଣ୍ଣ, ସୁପରିଚାଳିତ ରଥଯାତ୍ରା ନିମନ୍ତେ ଅତିରିକ୍ତ ସତର୍କତା, ସମୟାନୁବର୍ତ୍ତିତା ଓ ସାଧାରଣ ଲୋକଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ l

Exit mobile version