ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ

ଜଗତସିଂହପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଅଣୁ, ଖୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ଓଡିଶା ସରକାର ଙ୍କ ପକ୍ଷରୁ ମଙ୍ଗଳବାର ବିରିଡି ବ୍ଲକ ପରିସରରେ ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ଓଡିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଡ଼ିଓ ଆୟୁଷି ପତି, ଏବିଡ଼ିଓ ଲୋପାମୁଦ୍ରା ନାୟକ, ଜିଲ୍ଲା ନିଯୁକ୍ତି ଓ ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ଜିଲ୍ଲା ସ୍ଲୀପ କେନ୍ଦ୍ରର ସହକାରୀ ସ୍ଲୀପ ଅଧିକାରୀ ତ୍ରିବିକ୍ରମ ଭୋଇ,

ଜିଲ୍ଲା ଓସ୍ମିକ ସଭାପତି ଭଗବାନ ସ୍ୱାଇଁ ଉପସ୍ଥିତ ରହି ଉଦ୍ୟୋଗୀ ହେବାପାଇଁ ଆସିଥିବା ଯୁବକ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ କିପରି ଛୋଟ ଛୋଟ ସ୍ଲୀପ କରି ଲୋକଙ୍କୁ ନିଯୁକ୍ତି ଦେବାସହ ନିଜେ କିପରି ଉଦ୍ୟୋଗୀ ହୋଇପାରିବେ ସେସମ୍ବନ୍ଧରେ ବୁଝାଇ ଥିଲେ l ଉଦ୍ୟୋଗୀ ବିକ୍ରମ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ସହକାରୀ ସ୍ଲୀପ ଅଧିକାରୀ ଅନନ୍ୟl ଅନୁଷ୍କା ସଂଯୋଜନା କରିଥିଲାବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବ୍ଲକର ବିଶ୍ୱଜିତ ବିଶ୍ୱାଳ l

Exit mobile version