ଧ୍ୟାନକୁଦ ପୀଠରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଜଗତସିଂହପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ମହାପୁରୁଷ ପଞ୍ଚସଖା ଙ୍କ ସାଧନାର କ୍ଷେତ୍ର ହାଜିପୁରସ୍ଥ ଧ୍ୟାନକୁଦ ପୀଠରେ ଶ୍ରୀ ଜୀୟୁ ମାନଙ୍କ ରଥ ଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ ବୁଧବାର ଧ୍ୟାନକୁଦ ପୀଠରେ ଅନୁଷ୍ଠିତ ହୋଇଯାଇଛି l ଧ୍ୟାନକୁଦ ଜଗନ୍ନାଥ ମନ୍ଦିରର ଠାକୁର ରାଜା ପ୍ରମୋଦ କୁମାର ନନ୍ଦୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ପାଟରାଜା ପ୍ରଭାତ କୁମାର ନନ୍ଦୀ, ବିଶ୍ୱାବସୁ ବିଭୁଦତ୍ତ ସାହୁ, ଧ୍ୟାନକୁଦ ଶଙ୍କରାଚାର୍ଯ୍ୟ ବାବା ଅରକ୍ଷିତ ଦାସ, ମୁଦିରସ୍ତ ବିଜୟ କୁମାର ମିଶ୍ର, କୋଠକରଣ ବାମଦେବ ସ୍ୱାଇଁ, ବୈଦ୍ୟରଜ ଶ୍ରୀକୁମାର ଦାଶ, ପୂଜାପଣ୍ଡା ସଚ୍ଚିଦାନନ୍ଦ ମିଶ୍ର,

ପ୍ରମୁଖଙ୍କସହ ତହସିଲଦାର ପ୍ରିଙ୍କିଲ ପରିଡା, ସରପଞ୍ଚ ଆରତୀ ଭୂୟାଁ, ଆଇଆଇସି ସୁଜାତା ବେହେରା, ମୁଖ୍ୟ ଅlଗ୍ନିକ୍ ବିକ୍ରମ ସାହୁ, ବିଦ୍ୟୁତ, ଜଳସେଚନ, ସ୍ୱାସ୍ଥ୍ୟ, ପାନୀୟଜଳ ବିଭାଗର ପଦସ୍ଥ କର୍ମଚାରୀ ସମସ୍ତ ସେବାୟତ, ପୂଜାପଣ୍ଡା ଙ୍କ ସହ ମନ୍ଦିର ପରିଚାଳନା କମମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ l ବିଶେଷ କରି ଭକ୍ତଙ୍କ ଯିବା ଆସିବା ଲାଗି ରାସ୍ତାର ବ୍ୟବସ୍ତା,

ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ଵେବସ୍ତା ଲାଗି ପୋଲିସ ଵେବସ୍ତା, ପାନୀୟ ଜଳ, ବିଦୁତ, ରାସ୍ତାର ଉଭୟ ପାର୍ଶ୍ୱ ସଫେଇ, ସ୍ୱାସ୍ଥ୍ୟ ସେବାପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା, ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗକୁ ସଜାଗ ରଖିବା ଉପରେ ଆଲୋଚନା କରାଯାଇ ଥିଲା l ଘୋଷଯାତ୍ରା ସୁ ପରିଚାଳନା ପାଇଁ ତହସିଲଦାର ଙ୍କୁ ଦାୟିତ୍ୱ ଦିଆ ଯାଇଥିଲା l

Exit mobile version