ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ଓ ସେମାନେ ମାସିକିଆ ପାଉଣା ଆଦାୟ କରିବା ଭଳି ଜନ ସାଧାରଣ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ମା’ବରୁଣେଇ ହୋଟେଲ : ଗ୍ରାହକ ଶୋଷଣ ଓ ନିମ୍ନମାନର ଖାଦ୍ୟ ପରିବେଷଣ ଅଭିଯୋଗ, ପ୍ରଶାସନୀୟ ହସ୍ତକ୍ଷେପ ଦାବି
ଖୋର୍ଦ୍ଧା ଠାରେ ଥିବା ମା’ବରୁଣେଇ ହୋଟେଲ ଗ୍ରାହକମାନଙ୍କୁ ଲୁଟୁଛି
ଖୋର୍ଦ୍ଧା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜାତୀୟ ରାଜପଥ-୫୫ରେ ମା’ବରୁଣେଇ ପୀଠକୁ ଯିବା ରାସ୍ତା ସଂଲଗ୍ନ ଥିବା ମା’ବରୁଣେଇ ହୋଟେଲ ବିରୋଧରେ ଗୁରୁତର ଅଭିଯୋଗ ଉଠିଛି । ସ୍ଥାନୀୟ ଲୋକ ଏବଂ ଯାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଫ୍ୟାମିଲୀ ହୋଟେଲ ନାମରେ ପରିଚାଳିତ ଏହି ପ୍ରତିଷ୍ଠାନରେ ନିରୀହ ଗ୍ରାହକମାନଙ୍କୁ ଟ୍ୟାପ୍ ପାଣି ଭରା ବୋତଲ ପାଇଁ ୨୦ରୁ ୩୦ ଟଙ୍କା ଆଦାୟ ଏବଂ ନିହାତି ନିମ୍ନ ମାନର ଖାଦ୍ୟ ପରସିକି ପଞ୍ଚତାରକା ହୋଟେଲର ପଇସା ଗ୍ରାହକ ମାନଙ୍କଠାରୁ ଲୁଟି ନେଉଅଛି l ନିମ୍ନମାନର ଖାଦ୍ୟ ପରିବେଷଣ କରି ଅତ୍ୟଧିକ ମୂଲ୍ୟ ନିଆଯାଉଛି ।
