ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ସମ୍ବଲପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବହୁ ଆଶା କର୍ମୀ ନର୍ସ ଙ୍କ ସମେତ ଶ୍ରୀ ହୀରାଲାଲ ବେହେରା ଯୋଗଦାନ କରି ଯୋଗର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ I

କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷିକା ରଞ୍ଜିତା ମହାନ୍ତି ଯୋଗଦାନ କରି ଯୋଗ ଶିକ୍ଷା ପ୍ରଦାନ କରି ଯୋଗ ର ଉପକାରିତା ସମ୍ପର୍କରେ ବୁଝାଇଥିଲେ I ଡ଼.ରାମ ଚରଣ ରାଉତ, ଷ୍ଟାଫ ନର୍ସ ସୁର୍ପିତ ପଟେଲ, ପ୍ରେମାନନ୍ଦ ଦାଶ ଙ୍କ ସମେତ ନିମନ୍ତ୍ରିତ ବ୍ୟକ୍ତି ମାନେ ସାମିଲ୍ ଥିଲେ I

Exit mobile version