ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ ସୋମବାର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଉଦ୍ଘାଟନ କରିଥିଲେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ଏବିଡ଼ିଓ ଲୋପାମୁଦ୍ରା ନାୟକ, କୃଷି ବୈଜ୍ଞାନିକ ପ୍ରଦୀପ୍ତ ମାଝୀ, ବ୍ଲକ କୃଷି ଅଧିକାରିଣୀ ପ୍ରସନ୍ନା ପ୍ରିୟ ଦର୍ଶିନୀ,

ସହକାରୀ କୃଷି ଅଧିକାରିଣୀ ନିବେଦିତା ଜେନା,ଭିଏଏସ ଡା ଫିଜା ବେରିନ ପ୍ରମୁଖ ଯୋଗ ଦେଇଥିଲେ l ସଂଯୋଜନା କରିଥିଲେ ଉଦ୍ୟାନ ବିଭାଗର ସୁଶାନ୍ତ ଦାଶ l ଏଥିରେ ପ୍ରାକୃତିକ ଓ ପ୍ରଗତି ଶିଳ କୃଷି ଉପରେ ଆଲୋଚନା କରାଯାଇଥିଲା l କୃଷି କାର୍ଯ୍ୟରେ ରାସାୟନିକ ସାର ଓ ମାତ୍ରାଧିକ କୀଟନାଶକ ବ୍ୟବହାର ନକରିବାକୁ ଉପରୋକ୍ତ ବକ୍ତା ମାନେ ମତ ଦେଇଥିଲେ l

ଜୈବିକ କୃଷି ଓ ପ୍ରାକୃତିକ କୃଷିଉପରେ ଆଲୋଚନା ସହ କମ ଖର୍ଚରେ ବିନା କେମିକାଲ ସାରରେ ଭଲ ଫସଲ ଉତ୍ପାଦନ କରିବାକୁ ବକ୍ତାମାନେ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ l ପ୍ରତ୍ୱେତକ ଚାଷୀ ମାଣ୍ଡିଆ ଚାଷ କରିବାକୁ ପରାମର୍ଶ ଦିଆଯାଇଥିଲା l ବ୍ଲକ କୃଷିବିଭାଗର ରାଜରନ୍ଦ୍ର ପ୍ରାସାଦ ସ୍ୱାଇଁ, ସାନୁ ମୁଦୁଲି, ଓଭରସିଅର ଦେବବ୍ରତ ଦାଶ, ଶ୍ୟାମଘନ ମଲ୍ଲିକ ରଜନୀକାନ୍ତ ସ୍ୱାଇଁ, ଅନୁସୂୟା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Exit mobile version