ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ହିଞ୍ଜିଳିକାଟୁ :- : ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ବୁଧବାର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ହିଞ୍ଜିଳିକାଟୁ ସମ୍ଵନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଈଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଜନ୍ମେଜୟ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ପ୍ରତିଭା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ ଓ ମା ମାନଙ୍କ ଉତ୍ତମ ପୃଷ୍ଟିକର ଖାଦ୍ୟର ଆବଶ୍ୟକତାକୁ
ଲକ୍ଷ୍ୟ ନେଇ ପୋଷଣ ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମୟରେ ଅଙ୍ଗନବାଡି କର୍ମୀ ମାନେ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାରେ ସହାୟକ ହୋଇଛନ୍ତି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସାମାଜିକ ଅନୁଷ୍ଠାନ ଡିସକଭରି ପକ୍ଷରୁ ସିଡିପିଓ ଶ୍ରୀମତୀ ପାତ୍ରଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ପୂର୍ବକ ମାନପତ୍ର ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ଅଙ୍ଗନବାଡି ସୁପରଭାଇଜର ମାନେ ପରିଚାଳନା କରିଥିଲେ । (ଶୁସାନ୍ତ ପ୍ରଧାନ)
