ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମାଁ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଛି। ପ୍ରଥମ ଦିନ ରେ ଦମଦେଇ ଓ ଆପ୍ରା ନଦୀ ର ସଙ୍ଗମ ସ୍ଥଳ ରୁ କଳସ ରେ ପଵିତ୍ର ଜଳ ନେଇ କଳସ ଯାତ୍ରା ହୋଇଥିବା ବେଳେ,
ଅଙ୍କୁରାରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ ପ୍ରମୋଦ କୁମାର ମହାପାତ୍ର,ଜଗତସିଂପୁର ର ଜଗନ୍ନାଥ ପଣ୍ଡା, ଯାଜପୁର ପ୍ରକାଶ ପଣ୍ତା ତିନି ପୂଜକ ପୁଜା କାର୍ଯ୍ୟ ରେ ନିୟୋଜିତ ରହିଥିବା ବେଳେ କର୍ତ୍ତା ଭାବରେ ସୁରେଶ ପଣ୍ତା ଓ ଧର୍ମ ପତ୍ନି ମଧୁ ଲିକା ପଣ୍ତା ରହିଛନ୍ତି ।
