ଦଳୀୟ ମନୋଭାବ ରଖି ବାଚସ୍ପତି ଏପରି ନିଷ୍ପତ୍ତି ନେଇ ନିଜ ପଦମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି l
ବିଧାୟକମାନେ ବିଜେପିକୁ ଭୋଟ୍ ଦେଇଥିବାରୁ ସଭ୍ୟପଦ ରଦ୍ଦ ଆବେଦନ ଖାରଜ ହୋଇଛି l
ବାଚସ୍ପତିଙ୍କ ନିଷ୍ପତ୍ତି ସମ୍ବିଧାନର ୧୦ମ ଅନୁଚ୍ଛେଦର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ l
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ବାଚସ୍ପତି ନିଜ ପଦବୀର ଗାରିମା କ୍ଷୁଣ୍ଣ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଏହା ୫୨ତମ ସମ୍ବିଧାନ ସଂଶୋଧନ ଓ ସମ୍ବିଧାନର ୧୦ମ ପରିଚ୍ଛେଦର ସମ୍ପୂର୍ଣ୍ଣ ପରିପନ୍ଥୀ ବୋଲି କହିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ବାଚସ୍ପତି ଦଳୀୟ ମନୋଭାବ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ନିଲମ୍ବିତ ବିଧାୟକମାନେ ବିଜେପିକୁ ଭୋଟ୍ ଦେଇଥିବାରୁ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରିଛନ୍ତି ବାଚସ୍ପତି ।
