
ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ନୟାଗଡ :- ପିପୁଲ ଫର ସେବାର ସମାଜସେବୀ ସ୍ବର୍ଗତ ଆଦିତ୍ୟ ଦାଶଙ୍କ ମୃତ୍ୟୁର କାରଣ ଖୋଜି ବାହାର କରିବା ପାଇଁ ନୟାଗଡ “ମାରୁତି ସେନା” ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି ।
ଏହି ପରିପ୍ରେକ୍ଷୀରେ ନୟାଗଡ “ମାରୁତି ସେନା”ର ସଦସ୍ୟ ମାନେ ନୟାଗଡ ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଏକ ଅନୁରୋଧ ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିବା ମାରୁତି ସେନା ର ସଦସ୍ୟ ସମାଜସେବୀ ପ୍ରଦୀପ୍ତ କୁମାର ଦାସ ଏବଂ ରତ୍ନାକର ପ୍ରଧାନ ଜଣାଇଛନ୍ତି । (ରିପୋର୍ଟ ରାମକୃଷ୍ଣ ରଥ)
