ବ୍ରହ୍ମପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତା’ର ସମଗ୍ର କାର୍ଯ୍ୟକ୍ଷେତ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି । ଏଥିରେ ଯୋଗ ଉତ୍ସାହୀ ଏବଂ କମ୍ପାନୀର କର୍ମଚାରୀମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ମାନସିକ ସୁସ୍ଥତା ଅଧିବେଶନ ମଧ୍ୟ ହୋଇଛି । ଯାହା ମାନସିକ ସ୍ୱାସ୍ଥ୍ୟ, ସଚେତନତା ଏବଂ ଚାପ ପରିଚାଳନା ଉପରେ କେନ୍ଦ୍ରିତ ଥିଲା । ଟିପିଏସ୍ଓଡିଏଲର ବ୍ରହ୍ମପୁର, ଭଞ୍ଜନଗର, ଆସିକା ଏବଂ ରାୟଗଡ଼ା ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ ।
