ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ବାଣପୁର  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ବାଣପୁର ତହସିଲ ନାଚୁଣୀ ରାଜସ୍ବ ସର୍କଲ ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ର ଲକ୍ଷାଧିକ ଟଙ୍କା ର ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ରୁ ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତ୍ରୀରେ ଉକ୍ତ ଗ୍ରାମର କେଦାର ମୁଦୁଲି ଓ ପଡ଼ୋଶୀ ପୂର୍ଣଚନ୍ଦ୍ର ମୁଦୁଲି ଙ୍କ ପରିବାର ନିଦରେ ଶୋଇଥିବା ବେଳେ ଆକସ୍ମିକ ଭାବେ ନିଆଁ ଲାଗି ଦୁଇ ପରିବାର ର ଚାଳ ଛପର ଘର ହୁତ୍ ହୁତ୍ ହୋଇ ଜଳି ଉଠିଥିଲା । କୈ।ଣସି ମତେ ପରିବାରର ସଦସ୍ୟ ମାନେ ଜୀବନ ବଞ୍ଚାଇବାକୁ ବାହାରକୁ ବାହାରି ଆସିଥିବା ବେଳେ ଧାନ ଚାଉଳ, ଆସବାବପତ୍ର,ନଗଦ ଟଙ୍କା, ସୁନା,

୨ଟି ସାଇକେଲ ଓ ଗୋଟିଏ ବାଇକ୍ ପୋଡ଼ି ଯାଇଛି । ସ୍ଥାନୀୟ ଗ୍ରାମବାସୀ ମାନେ ନିଆଁ କୁ ଆୟତ୍ତ କରିବାରେ ଅସମର୍ଥ ହୋଇ  ସ୍ଥାନୀୟ ଗଙ୍ଗାଧର ପୁର ଅଗ୍ନି ଶମ କେନ୍ଦ୍ର କୁ ଖବର ଦେଇଥିଲେ । ମାତ୍ର ଦମ୍ କଳ ଆସିବା ପୂର୍ବରୁ ଉଭୟ ପରିବାର ର ଚାରୋଟି କୋଠରୀ ସମ୍ପୂର୍ଣ୍ଣ ପୋଡିଯାଇଥିଲା । ସକାଳୁ ଖବର ପାଇ ନାଚୁଣୀ ପଞ୍ଚାୟତ ସରପଞ୍ଚ ଏବଂ ନାଚୁଣୀ ସର୍କଲ ର ରାଜସ୍ବ ନୀରିକ୍ଷକ ଘଟଣା ସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି। ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣା ପଡ଼ିନାହିଁ ।

Exit mobile version