ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭାରତୀୟ ଜନତା ପାର୍ଟି ର ପୁରୀଜିଲ୍ଲା ସିଂହଦ୍ୱାର ମଣ୍ଡଳ ଦ୍ୱାରା ଗୌଡବାଡସାହି ସ୍ଥିତ ବାବା ଜମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ରାଜକିଶୋର ପଣ୍ଡା ସ୍ବଚ୍ଛଭାରତ ର ଉପଯୋଗୀତା ସମ୍ପର୍କ ରେ କହିଥିଲେ |

ଜିଲ୍ଲା ସଂଯୋଜକ ରଜନୀ କାନ୍ତ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ସୋମନାଥ ଖୁଣ୍ଟିଆ, ଦିଲୀପ ଭାଇ , ଅଭିବକ୍ତା ତଥା ସଂଗଠକ ସତ୍ୟନାରାୟଣ ଶତପଥୀ, ଯୁବନେତ୍ରୀ ତଥା ଆଇନଜୀବୀ ସୁଦଶା ପଣ୍ଡା, ସୁନୀତା ମହାରଣା ସନ୍ତୋଷ ନନ୍ଦ, ମନୋଜ ଜେନା,ବୁଲୁ ନନ୍ଦ ,ପଦ୍ମ ଚରଣ ମହାପାତ୍ର ଓ କମଳିନୀ ମହାପାତ୍ର ସମସ୍ତ ପଦାଧିକାରୀ ସହିତ କାର୍ଯକ୍ରମ ସଫଳ ଭାବେ ପରିଚାଳିତ ହୋଇଥିଲା ।

Exit mobile version