ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ମହାପ୍ରଭୁଙ୍କ ଆଶୀର୍ବାଦରୁ ବିକାଶ ର ଧାରା ଓଡିଶା ସାରା ବହିଛି

ପୁରୀ ଆଇଟିଆଇ ଉତ୍କର୍ଷ ଆଇଟିଆଇ ହେବ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଆଜି ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା ଅଭିମୁଖ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ସମ୍ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସେ ସରକାରଙ୍କ ଦୁଇ ବର୍ଷର ସଫଳତା, ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ଏବଂ ଅଗ୍ରଣୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହ ସରକାର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ।ଆମ ସରକାର ଲୋକ ଙ୍କ ସରକାର।ଗତ ଦୁଇ ବର୍ଷ ମଧ୍ୟରେ ୧୪୬୫୧ ଅଭିଯୋଗ ଗ୍ରହଣ ହୋଇଥିବା ବେଳେ ଶତକଡା ୯୫ ହାରରେ ୧୩୮୯୭ ଟି ର ସମାଧାନ ହୋଇଛି।

୮୬ ଜଣ ହିତାଧିକାରୀଙ୍କୁ ୭୩ଲକ୍ଷ ୮୦ ହଜାର ଟଙ୍କାର ସହାୟତା ଦିଆଯାଇଛି। ପୁରୀ ଜିଲ୍ଲା ରେ ଖାଦ୍ୟ ସୁରକ୍ଷା ଯୋଜନା ରେ ଜାତୀୟ ଓ ରାଜ୍ୟ ର ମୋଟ ୧୨୮୭୭୬୭ ଜଣ ହିତାଧିକାରୀ ଙ୍କୁ ମଇ ଓ ଜୁନ ମାସ ଠାରୁ ମୁଣ୍ଡ ପିଛା ୫ କେଜି ପରିବର୍ତ୍ତେ ୧୦ କେଜି ଲେଖାଏଁ ଚାଉଳ ଦିଆଯାଉଛି।ସୁଭଦ୍ରା ଯୋଜନା ରେ ଜିଲ୍ଲାର ୪୨୦୦୦୩ ଜଣ ହିତାଧିକାରୀ ଙ୍କୁ ୮୫୩ କୋଟି ୫୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।ଜିଲ୍ଲାର ୧୭୬୧୩ ଜଣ ଲକ୍ଷ ପତି ଦିଦି ସୃଷ୍ଟି ହୋଇ ପାରିଛନ୍ତି।

ଜିଲ୍ଲାରେ ୭୧୭୬୬୨ ଜଣ ଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରାଯାଇଥିବା ଵେଳେ ପ୍ରାୟ ୫୮ ହଜାର ବ୍ୟକ୍ତି ଉପକୃତ ହୋଇଛନ୍ତି।ଚିକିତ୍ସା ସୁବିଧା ବାବଦରେ ଖର୍ଚ୍ଚ ହୋଇଛି ୩୦୩,୬୩,୯୦,୬୯୨ ଟଙ୍କା।ବୟୋ ବନ୍ଦନା ଯୋଜନା ରେ ୩୮୬୭୦କାର୍ଡ ବଣ୍ଟନ କରାଯାଇଛି।ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ରେ ୩୧ ଟି ଗ୍ରାମକୁ ୪୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ବୋଲି କହିବା ସହ ପୁରୀ ଆଇଟିଆଇ କୁ ଉତ୍କର୍ଷ ଆଇଟିଆଇରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ସରକାରଙ୍କ ଅନ୍ୟାନ୍ୟ ଉଲ୍ଲେଖନୀୟ ତଥା ସଫଳ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସାମାଜିକ ଭତ୍ତା ଯୋଜନା, ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା, ଜାତୀୟ ପରିବାର ସହାୟତା ଯୋଜନା, ବିବାହ ପ୍ରୋତ୍ସାହନ ରାଶି, ପ୍ରଧାନମନ୍ତ୍ରୀ ଆବାସ, ଅନ୍ତୋଦ୍ଵୟ ଗୃହ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଏବଂ ପି ଏମ ଶ୍ରୀ ସ୍କୁଲ ଆଦି ସମ୍ପର୍କରେ ଅବଗତ କରାଇଥିଲେ।

ପ୍ରକୃତ ହିତାଧିକାରୀ ଯେପରି ଏହି ସବୁ ଯୋଜନାର ଅଧିକରୁ ଅଧିକ ଫାଇଦା ପାଇପାରିବେ ସେଥିପାଇଁ ଜନ ଭାଗିଦାରୀ ଜରୁରୀ ଏବଂ ପ୍ରତ୍ୟେକ ସଚେତନ ହେବା ଆବଶ୍ୟକ।ଆମର ଲକ୍ଷ୍ୟ କୌଣସି ପ୍ରକୃତ ହିତାଧିକାରୀ ଯୋଜନା ରୁ ବଞ୍ଚିତ ନ ହେଉ ଓ ଧାଡିର ଶେଷ ଲୋକ ପର୍ଯ୍ୟନ୍ତ ବିକାଶ ପହଞ୍ଚୁ ବୋଲି ସେ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ସରକାରଙ୍କ ଦୁଇ ବର୍ଷ ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିଲେ।ଏହି ଅବସରରେ ବିଭିନ୍ନ ବିଭାଗର ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।ବିଭିନ୍ନ ଯୋଜନା ର ସଫଳତା ପାଇଥିବା ବ୍ୟକ୍ତି ମାନେ ସେମାନଙ୍କ ଅଭିଜ୍ଞତା ପ୍ରଦାନ ସହ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ପରେ ମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ନିର୍ମାଣାଧୀନ କୋଠା ପରିଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ଜନପ୍ରତିନିଧି ଏବଂ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିମାନେ ସାମିଲ ହୋଇ ଥିଲେ । ଏହି ଅବସରରେ ପ୍ରାରମ୍ଭରେ ନୀଳାଚଳ ଅର୍ବାନ ହାଟ ଠାରେ ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ୩ ଦିନିଆ ବିକାଶ ମେଳା ପ୍ରଦର୍ଶନୀ କୁ ମନ୍ତ୍ରୀ ଊଦଘାଟନ କରି ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ ।

Exit mobile version