ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ 

ପଟ୍ଟାମୁଣ୍ଡାଇ (ଓଡିଶା ତାଜା ନ୍ୟୁଜ )ଭୁବନେଶ୍ୱର (ନି. ପ୍ର ) :-  ଲୋକପ୍ରିୟ ସମାଜସେବୀ ବରାହ ଚରଣ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଉତ୍ସବ ସ୍ଥଳ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ମଣ୍ଡପଡ଼ା ଗ୍ରାମ ସ୍ଥିତ ଶ୍ରୀ ସାମଲଙ୍କର ‘ସାମଲ ଭବନ’ ନାମରେ ନାମିତ ପୈତୃକ ବାସଭବନକୁ ଏହି ଉପଲକ୍ଷେ ଖୁବ୍ ସୁନ୍ଦର ଏବଂ ରଙ୍ଗାରଙ୍ଗ ଭାବରେ ସଜାଯାଇଥିବା ଦେଖାଯାଇଥିଲା । ଶ୍ରୀ ସାମଲଙ୍କର ସହସ୍ରାଧିକ ପରିବାର ସଦସ୍ୟ, ପରିଜନ,

ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁ ଜନ୍ମୋତ୍ସବରେ ଯୋଗଦେବା ସାଙ୍ଗକୁ ତାଙ୍କୁ ବ୍ୟକ୍ତିଗତ ଭାବରେ ସମ୍ବର୍ଦ୍ଧନା ଜଣାଇ ତାଙ୍କର ସୁଖ, ସମୃଦ୍ଧି ଓ ସୁସ୍ଥତା କାମନା କରିଥିଲେ। ଉତ୍ସବରେ ସାମିଲ ହୋଇ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଶ୍ରୀ ସାମଲଙ୍କର ସମାଜର ଅସହାୟ ଏବଂ ଦୁସ୍ଥ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ଉତ୍ଥାନ ଦିଗରେ ଉଲ୍ଲେଖନୀୟ ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ‘କାହ୍ନୁ ବାବୁ’ ନାମରେ ପରିଚିତ ବରାହ ଚରଣ ସାମଲ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଆଦି ବ୍ଲକରେ ବହୁ ଶିକ୍ଷାନୁଷ୍ଠାନ,

ବଦାନ୍ୟ ସଂଗଠନ ଏବଂ ଆଧ୍ୟାତ୍ମିକ ସଂଘ ଆଦି ପ୍ରତିଷ୍ଠା କରି ବେଶ୍ ସୁନାମ ଅର୍ଜନ କରିଛନ୍ତି। ଖୁବ୍ ଉଚ୍ଚମନା ଓ ଉଦାର ହୃଦୟର ଅଧିକାରୀ କାହ୍ନୁ ବାବୁ ତାଙ୍କର ବହୁବିଧ ସୁଗୁଣ ଯଥା- ଧର୍ମପରାୟଣତା, ଉଦାରମନା, ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ, କର୍ତ୍ତବ୍ୟପରାୟଣ, କଷ୍ଟସହିଷ୍ଣୁ, ସ୍ପଷ୍ଟବାଦୀ, ଶୃଙ୍ଖଳାବୋଧ, ସଚ୍ଚୋଟପଣ ଏବଂ ନିର୍ଭରଶୀଳତା ଆଦି ପାଇଁ ସର୍ବସାଧାରଣରେ ବେଶ୍ ଆଦୃତ ହୋଇଆସୁଛନ୍ତି । ଶ୍ରୀ ସାମଲଙ୍କର ସ୍ୱର୍ଗୀୟ ପତ୍ନୀ ସରୋଜିନୀ ସାମଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାପିତ ‘ସରୋଜିନୀ ସାମଲ ସ୍ମୃତି ସଂସଦ’ ତରଫରୁ ଏହି ଜନ୍ମ ମହୋତ୍ସବର ଆୟୋଜନ କରାଯାଇଥିଲା।

ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରି ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ, ପ୍ରାକ୍ତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ପୂର୍ବତନ ବିଧାୟକ ଡକ୍ଟର ଅଲେଖ କୁମାର ଜେନା, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଅଧିକାରୀ ବନ୍ଦନା ପାତ୍ର, ଏସ.ଡି.ପି.ଓ. ସୁକାନ୍ତ କୁମାର ସାହୁ, ମାର୍ଶାଘାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ କୁମାର ଲେଙ୍କା, ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ,

ସମାଜସେବୀ ଗିରିଧାରୀ ନାୟକ, ମନସ୍ମିତା ଜେନା ନାୟକ, ୱାର୍ଲଡ ଓଡ଼ିଶା ସୋସାଇଟିର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ଯୁଗ୍ମ ସାଧାରଣ ସମ୍ପାଦକ ବାସୁଦେବ ଜେନା, କବି ସଚିତ୍ର କୁମାର ବେହେରା, ଶିକ୍ଷାବିତ ଗୋକୁଳ ଚନ୍ଦ୍ର ରାଉତ, ଯୁବନେତା ମିଟୁ ମନୋଜ ନାୟକ, ପୂର୍ବତନ ସରପଞ୍ଚ ବିଜୟାନନ୍ଦ ପରିଡ଼ା, ବରିଷ୍ଠ କାଉନସିଲର ମଳୟ ଓଝା, ବିପିନ ବିହାରୀ ପରିଡ଼ା, କ୍ଷମାନିଧି ସାମଲ, ଅଶୋକ କୁମାର ପ୍ରଧାନ, ସୁରେଶ ଚନ୍ଦ୍ର ଜେନା, ପ୍ରଦୀପ ନାୟକ ଓ ପାର୍ଥସାରଥୀ ଦାସ ପ୍ରମୁଖ ଏହି ଶୁଭ ଅବସରରେ ବରାହ ବାବୁଙ୍କୁ ଉତ୍ତରୀୟ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଆଦି ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।

ମଞ୍ଚରେ ଶ୍ରୀ ସାମଲଙ୍କ ସହିତ ତାଙ୍କର ବଡ଼ଭାଇ ନନ୍ଦକିଶୋର ରାଉତ, ସାନଭାଇ ତଥା ନୂଆଦିଲ୍ଲୀର ‘ଶ୍ରୀ ଅଭିରାମ ସାଂସ୍କୃତିକ ସମାଜ’ର ପ୍ରତିଷ୍ଠାତା ଜୟରାମ ସାମଲ ଓ ସାନଭାଇ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅଭିରାମ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ ।  ସଭାରେ’ସରୋଜିନୀ ସାମଲ ସ୍ମୃତି ସଂସଦ’ ତରଫରୁ ପ୍ରଖ୍ୟାତ ପରିବେଶବିତ୍ ବିଜୟ କବି, ଏମ.ବି.ଏ.ରେ ଓଡ଼ିଶା ଟପ୍ପର ହୋଇଥିବା ତ୍ରିବିକ୍ରମ ପ୍ରଧାନ, ଜନପ୍ରିୟ ଚିକିତ୍ସାବିତ୍ ଇନ୍ଦ୍ରଭାନୁ ପ୍ରଧାନ ଏବଂ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧନା ଜଣାଯାଇଥିଲା ।

ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ।ଓଲିଉଡର ତାରକା ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଏବଂ ତାଙ୍କର ଟ୍ରୁପ୍ ଉଭୟ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।  ଜନ୍ମୋତ୍ସବକୁ ସଫଳତାର ସହିତ ଆୟୋଜନ କରିବାରେ ଶ୍ରୀ ସାମଲଙ୍କର ସୁପୁତ୍ର ତଥା ନୂଆଦିଲ୍ଲୀଠାରେ ଅବସ୍ଥାପିତ ସମାଜସେବୀ ସଂଗ୍ରାମ ସାମଲ ଏବଂ ସୁଦକ୍ଷ ସଂଗଠକ ବୃନ୍ଦ ଯଥା :-ସମାଜସେବୀ ସୁବ୍ରତ ସାମଲ, 

ବିଭୁପ୍ରସାଦ ସାହୁ, ଆଇନଜୀବୀ ଖିରୋଦ ପ୍ରଧାନ, ପ୍ରଭାତ ସାହୁ, ଶ୍ରୀକାନ୍ତ ବେହେରା, ସତ୍ୟବ୍ରତ ସାମଲ, ସୁଧାଂଶୁ ସାମଲ, ଅକ୍ଷୟ ଦାସ, ଜ୍ୟୋତିରଞ୍ଜନ ସାମଲ, ଶର୍ମିଷ୍ଠା ନାୟକ, ବୁଲୁ ସାହୁ, ବାସୁଦେବ ମହାନ୍ତି, ବିଶ୍ୱନାଥ ନାୟକ, ଶ୍ରୀକାନ୍ତ ରାଉତ, ଶ୍ରୀକାନ୍ତ ଭୂୟାଁ,ସଞ୍ଜୀବ ପ୍ରଧାନ, ସୁଶାନ୍ତ ନାୟକ, ସୌଭାଗ୍ୟ ରାଉତ,ସନତ ସାମଲ ଏବଂ ସୁଷ୍ମନ୍ତ ସାମଲ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

Exit mobile version