ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ନୟାଗଡ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଓଡ଼ିଶାର ପୁରୀ ଗଣ ପର୍ବ ରଜ ପର୍ବ କୁ ଧୂମଧାମ ରେ ପାଳନ କଲେ ନୟାଗଡ ବାସି ସୂଚନା ଅନୁଯାଇ ନୟାଗଡ ର ଯୁବ ସିନେ ପ୍ରଯୋଜକ ତଥା ସମାଜ ସେବି ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏକ ନିଆରା ଢଙ୍ଗରେ ପଠାଣି ସାମନ୍ତ ଅଡିଟରୀୟମ ଠାରେ ପାଳନ କରିଛନ୍ତି

ଏହି ରଜପର୍ବକୁ ମୁନ୍ସିପାଲଟି ନିର୍ବାହୀ ଅଧିକାରୀ ବହୁ ମହିଳା ମାନଙ୍କ ଗହଣରେ ପାନ ଖାଇ ଦୋଳି ଖେଳି ପୋଡ଼ ପିଠା ବାଣ୍ଟି ଉଦଘାଟନ କରିଥିଲେ ଉଦଘାଟନ ପରେ ଦିନ ତମାମ ପୁଚି ଖେଳ, ସଂଗୀତ ଚୌକି, ହୁଳହୁଳି ଓ ଶେଷରେ ରଜ ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା. ଓଡିଶା ସିନେ ଜଗତର ଆଗଧାଡିର ଅଭିନେତ୍ରୀ ପୁନମ ମିଶ୍ର ଙ୍କ ଅଭିନୟ ତଥା ନୃତ୍ୟ ଦର୍ଶକ ମାନ ଙ୍କୁ ବାନ୍ଧି ରଖିଥିଲା

ପରିଶେଷ ରେ ଓଡିଶା ବିଧାନସଭା ର ବରେନ୍ୟ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସମେତ ସମ୍ମାନୀତ ଅତିଥୀ ଭାବେ ନୟାଗଡ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ଏସଡିପିଓ ସୃଷ୍ଟି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହିତ ରଜସୁନ୍ଦରୀ ମାନଙ୍କୁ କ୍ରାଉନ ପିନ୍ଧାଇଥିଲ ଏବଂ ଏଭଳି ଏକ ଉତ୍ସବ ଆୟୋଜନ କରିଥିବା ଆୟୋଜକ ତଥା ଓଡ଼ିଶା ଫିଲ୍ମ ନିର୍ମାତା ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ l

Exit mobile version