ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜୈନିକ ଭକ୍ତଙ୍କର ୨ ବର୍ଷର ପୁତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହଜିଯାଇଥିଲା । ପରିବାର ଲୋକେ ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିଥିଲେ l ସୂଚନା କେନ୍ଦ୍ରରେ ଘୋଷଣା ମଧ୍ୟ କରାଇଥିଲେ, କିନ୍ତୁ ଶିଶୁଟିଙ୍କୁ ଠାବ କରିପାରିନଥିଲେ। ପରେ ସେମାନେ ପୁରୀ ପୋଲିସର ସହାୟତା ନେଇଥିଲେ ।

ସୂଚନା ପାଇବା ମାତ୍ରେ ପୁରୀ ପୋଲିସ ସଙ୍ଗେ ସଙ୍ଗେ ଏକ ବିଶେଷ ଟିମ୍ ଗଠନ କରି ମନ୍ଦିର ପରିସରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପୁରୀ ପୋଲିସର ତ୍ୱରିତ ଓ ସକ୍ରିୟ ପଦକ୍ଷେପ ଫଳରେ ଶିଶୁଟିଙ୍କୁ ସୁରକ୍ଷିତ ଭାବେ ମନ୍ଦିର ପରିସରରୁ ଉଦ୍ଧାର କରାଯାଇଥିଲା l

ପରେ ତାଙ୍କ ପିତାମାତାଙ୍କ ନିକଟରେ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଥିଲା । ନିଜ ସନ୍ତାନକୁ ସୁରକ୍ଷିତ ଫେରିପାଇ ପରିବାର ଲୋକେ ବହୁତ ଖୁସି ପ୍ରକାଶ କରିଥିଲେ ଏବଂ ପୁରୀ ପୋଲିସଙ୍କ ତ୍ୱରିତ ସହଯୋଗ ଓ ମାନବିକ କାର୍ଯ୍ୟପ୍ରତି ଅନ୍ତରିକ ଧନ୍ୟବାଦ ଜଣାଇଥିଲେ ।

Exit mobile version