ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ୪୨ ମୌଜ଼ା କଟକ ସଦର ପକ୍ଷରୁ ଦୁଇ ଦିନ ଧରି ପୌରାଣିକ ରାମଲୀଳା ଅନୁଷ୍ଠିତ ହୋଇ ପ୍ରଥମ ରାତ୍ରି ସତ୍ୟ ରକ୍ଷାକାରୀ ଗୋଲକ ବିହାରୀ ଓ ଦ୍ୱିତୀୟ ରାତ୍ରୀ ଦଶାନନର ଶେଷ ହସ ବା ଜୟଯାତ୍ରା ଶୀର୍ଷକ ପୌରାଣିକ ରାମଲୀଳା ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଶିତ ହୋଇ ଖୁବ୍ ସୁନ୍ଦର ଭାବେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା ।

ଲୋକପ୍ରିୟ ନାଟ୍ୟ ନିର୍ଦ୍ଦେଶକ ତଥା ସାହିତ୍ୟିକ ସନ୍ତୋଷ କୁମାର ପତି ଓ ଖ୍ୟାତି ସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ ତଥା ସଂଗଠକ ଅଶୋକ କୁମାର ପଟ୍ଟନାୟକ ରାମଲୀଳା କାର୍ଯ୍ୟକ୍ରମକୁ ନିର୍ଦ୍ଦେଶନା ଦେଇଥିଲେ । କେଳୁଚରଣ ମହାରଣା,ନାରାୟଣ ମହାରଣା,ଈଶ୍ୱର ଓଝା,ଦୁଃଖୀଶ୍ୟାମ ମଣିଆ,କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ମୁରବୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ । ଓଡ଼ିଶା ଗଣପର୍ଵ ରଜରେ ଏହି ନିଆରା ପ୍ରଥା ପରମ୍ପରା ରାମଲୀଳା ଗ୍ରାମର ଉତ୍ସଵ ଭାବେ ମିଳିମିଶି ପାଳନ କରିଥାନ୍ତି ।

ଏପରିକି ନିଜ ଗ୍ରାମର ପିଲାମାନେ ନିଜେ ନିଜେ ମେକପ ନିୟନ୍ତି ନିଜ ଗ୍ରାମର ଚିତ୍ରାଳୟ,ଗ୍ରାମର ଖୋଳ, ଝାଞ୍ଜ କୀର୍ତ୍ତନ ଓ ବୈଦୁତିକ ବାଦ୍ୟଯନ୍ତ୍ରରେ ରାମଲୀଳା ପରିବେଷଣ ହୁଏ । ପ୍ରବାସରେ ରହି ନିଜର ଗୁଜୁରାଣ ମେଣ୍ଟାଉଥିବା ଯୁବକ ମାନେ ଏ ସମୟରେ ଗାଁ କୁ ଫେରି ଆସି ଆଉ ଗ୍ରାମ୍ୟ କଳା ସାହିତ୍ୟ ସଂସ୍କୃତି ପ୍ରୀତି ତଥା ଶ୍ରଦ୍ଧା ସମ୍ମାନ ଜଣାଇଥାନ୍ତି ।

Exit mobile version