ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

କଳାହାଣ୍ଡି (ଓଡ଼ିଶା ତାଜାନ୍ୟୁଜ) :- ସିପିଆଇ (ଏମ୍ ଏଲ୍)ର କଳାହାଣ୍ଡି ଜିଲ୍ଲା ସମ୍ପାଦକ କେଶବ ପଧାନ ବୁଧବାର ଦିନ ତାଙ୍କ ଘଣ୍ଟମାଳ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନରୁ ଲିଭର ଜନିତ ସମସ୍ୟାରେ ପୀଡିତ ଥିଲେ । ଚିକିତ୍ସା ପାଇଁ ପ୍ରତି ମାସରେ ନିୟମିତ ବରଗଡର ଏକ ଘରୋଇ ଡାକ୍ତରଖାନାକୁ ଯାଉଥିଲେ ।

ନର୍ଲା, ମଦନପୁର ରାମପୁର ବ୍ଲକ, କର୍ଲାମୁଣ୍ଡା ବ୍ଲକରେ ରହିଥିବା ୧୦ ରୁ ଉର୍ଦ୍ଧ୍ବ ପଦର ବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ସେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ସହ ଲଢେଇ କରି ଆସୁଥିଲେ । ତାଙ୍କ ଲଢେଇ ସଫଳ ହେଲା ।

ଗତବର୍ଷ ଜଙ୍ଗଲ ଜମି ଅଧିକାର କରି ରହି ଆସୁଥିବା ଅନେକ ପଦରବାସୀ ଜମି ପଟ୍ଟା ପାଇଲେ । ଗରିବଙ୍କ ପାଇଁ ସେ ସବୁ ସମୟରେ ଲଢେଇ କରି ଆସୁଥିଲେ । ସେ ଜଣେ ଉତ୍ତମ ଚାଷୀ ମଧ୍ୟ ଥିଲେ । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମ ପତ୍ନୀ ଓ ପୁଅ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version