ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

ପାରଳାଖେମୁଣ୍ଡି  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ର ଅଳିଆ ଅବର୍ଜନା ଆଣି ଓଡ଼ିଶା ର ମହେନ୍ଦ୍ରତନୟା ନଦୀତଟ ରେ ପକାଯାଉଛି, ଆଗରୁ ହିଁ ଆନ୍ଦ୍ର ର କୁପଦୃଷ୍ଟି ରହିଛି ଓଡ଼ିଶା ଉପରେ , ଆନ୍ଧ୍ରର ପାତପାତାନମ ଗ୍ରାମ ର ସଂଗୃହିତ ମଇଳା ଓ ବିଭିନ୍ନ ଅପବ୍ୟହୃତ୍ ବିଷାକ୍ତ ପର୍ଯ୍ୟବସ୍ତୁ ପ୍ରତିଦିନ ଅଣାଯାଇ ପାରଳା ସହର ଲାଗିରହିଥିବା ମହେନ୍ଦ୍ରତନୟା ନଦୀ ରେ ପକାଇଯାଉଛି l

ଯାହାଦ୍ଵାରା ନଦୀର ପାଣି ପ୍ରଦୂଷିତ ହେବା ସହ ପରିବେଶ ଉପରେ କୁ ପ୍ରବାହ ପଡୁଥିଛି, ଏହି ଖବର ପାଇ ମନ୍ୟବର୍ ପାରଳା ବିଧାୟକ ରୂପେସ ପାଣିଗ୍ରାହୀ ଜିଲ୍ଲାପାଳ ଙ୍କୁ ଅବଗତ କରିଛନ୍ତି, ଆଗାମୀ ଦୁଇ ରୁ ତିନି ଦିନ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାତପତାନମ ବିଧାୟକ ଓ ଆନ୍ଧ୍ର ଜିଲ୍ଲା ପ୍ରଶାସନ କୁ ଅବଗତ କରିବେ, ଯଦି ଆନ୍ଧ୍ର ପ୍ରଶାସନ ନସୁଣନ୍ତି ଉଚିତ୍ ଜବାବ ଦିଆଯିବ ବୋଲି ବିଧାୟକ ଜଣାଇଛନ୍ତି l

Exit mobile version