ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ଠାରେ ଥିବା ରାମସାଗର ଜଳାଶୟର ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ । ଆଜି ସନ୍ଧ୍ୟା ସମୟରେ ବିଧାୟକ ରାମସାଗରର ପରିସ୍ଥିତିକୁ ନେଇ ନିରୀକ୍ଷଣ କରିଥିବା ବେଳେ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ରାମସାଗର ପାରଳାଖେମୁଣ୍ଡି ରାଜାରାଜୁଡା ଅମଳରେ ଜମିକୁ ଜଳସେଚନ ଲାଗି ନିର୍ମାଣ କରାଯାଇଥିଲା ।
