ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ

ପୁରୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୁରୀଜିଲ୍ଲା ସାକ୍ଷୀଗୋପାଳ କୃଷିବିଜ୍ଞାନ କେନ୍ଦ୍ର ଠାରେ ବିକାଶ ଧାରା ଓଡିଶା ସାରା ଚିନ୍ତାଧାରା ଉପରେ ପର୍ଯ୍ୟବେସିତ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହିକର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା ଜୈବିକ କୃଷିର ମୂଳ ଧାରଣା ଓ ଗୁରୁତ୍ବ, ମୃର୍ତିକା ସାସ୍ଥ୍ୟ ପରିଚାଳନା, ଜୈବିକସାର ଓ ଜୈବ କୀଟନାଶକର ବ୍ୟବହାର, ପ୍ରାକୃତିକ ଓ ଜୈବିକ ଚାଷ ପଦ୍ଧତି ଓ ପ୍ରଣାଳୀ, ଜୈବିକ ପ୍ରଣାଳୀକରଣ ଓବଜାର ସୁଯୋଗ ସୃଷ୍ଟି, ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକରଣ, ସଫଳ ଜୈବିକ ଚାଷୀ ଓ ଗୋଷ୍ଠୀଙ୍କ ଅନୁଭୁତି ଓ ଜ୍ଞାନବିନିମୟ ଆଦି ।

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସୁରେନ୍ଦ୍ରନାଥ ପ୍ରଧାନ, ଅଧ୍ୟକ୍ଷ, କୃଷି ସୁଚନା ଓ ପରାମର୍ଶ କେନ୍ଦ୍ର,ସତ୍ୟବାଦୀ, ଆୟୋଜକ ତଥା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଚନ୍ଦ୍ରମୋହନ ଚାନ୍ଦ, ଉଦ୍ୟାନ କୃଷି ନିର୍ଦ୍ଦେଶିକା ଡଃମଂଜୁଳା ତ୍ରିପାଠୀ, କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ସୂର୍ଯ୍ୟନାରାୟଣ ମିଶ୍ର ଓଅନ୍ୟ ବୈଜ୍ଞାନିକ ଗଣ ଡଃ ଅମିକା ପ୍ରସାଦ ନାୟକ, ଶ୍ରୀ ରାଜେଶ କୁମାର ମହାପାତ୍ର, ଇକ୍ରିସାଟ ସଂସ୍କାର ବରିଷ୍ଠ ବୈଜ୍ଞାନିକ ଡଃ ଅଭିରାଜ ଦତ୍ତ୍ବ, କୃଷି ଜିଲ୍ଲା ଅଧିକାରୀ ସାକ୍ଷୀଗୋପାଳ ତଥା ନିମାପଡା ଡଃ ପରେଶ କୁମାର ପଣ୍ଡା,

ଜିଲ୍ଲା କୃଷି ଅଧିକାରୀ ସବ୍ୟସାଚୀ ଦାସ, ସହକାରୀ ମୂର୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଜ୍ଯୋତିରଞ୍ଜନ ମିଶ୍ର, ଡେଲାଙ୍ଗ ବ୍ଳକ କୃଷି ଅଧିକାରୀ ମନୋଜ କୁମାର ବାରିକ, ସତ୍ୟବାଦୀ ବ୍ଳକ କୃଷି ଅଧିକାରୀ ଶ୍ରୀକୁମାର ଚିରଂଜୀବି, ସହକାରୀ କୃଷି ଅଧିକାରୀ ସୌମ୍ୟରଂଜନ ପାତ୍ର ଓ ସଚିଦାନନ୍ଦ ପ୍ରଧାନ ବ୍ଳକସ୍ତରୀୟ ଅନ୍ୟବିଭାଗର ଅଧିକାରୀ ତଥା କର୍ମଚାରୀ ବୃନ୍ଦ, ଜୈବକ୍ଷେତ ସମ୍ପୃକ୍ତ କୃଷକଭାଇ ଓ ଭଉଣୀମାନେ ତଥା ସୟଂସହାୟକଗୋଷ୍ଠୀ ଓ କୃଷକ ଉତ୍ପାଦନକାରୀ ଗୋଷ୍ଠୀର ସଦସ୍ୟମାନେ ଯୋଗଦାନ କରିବା ପୂର୍ବକ ଏହାକୁ ସଫଳ କରାଇଥିଲେ ।

Exit mobile version