ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ( ରଥଯାତ୍ରା ) ସମୟରେ ରଥ ସମ୍ମୁଖରେ ଅନଧିକୃତ ନୃତ୍ୟ ପ୍ରଦର୍ଶନ, ପରମ୍ପରା ଗତ ରୀତିନୀତି ର ସୁରକ୍ଷା ଆଦି ବିଷୟକୁ ଗମ୍ଭୀରତା ର ସହ ନେଇ, ପୁରୀ ପରମ୍ପରା ସୁରକ୍ଷାମଞ୍ଚ, ଅଚ୍ୟୁତନ୍ତ ଟ୍ରଷ୍ଟ ଏବଂ ଅନ୍ୟ ଆଠଟି ଅନୁଷ୍ଠାନ ଏକ ୬ ଦଫା ସମ୍ବଳିତ ଦାବିପତ୍ର ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ପ୍ରଦାନ କରିଛନ୍ତି । ମଞ୍ଚର ଆବାହିକା ରୋମା ଦାସମହାପାତ୍ରଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳ ଯାଇ, ଜିଲ୍ଲାପାଳ ଓ ଏସପି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
