ବିଦ୍ୟୁତ୍ ଦର ବୃଦ୍ଧି ପତ୍ୟାହାର ଦାବୀ କଲେ ; ଗଞ୍ଜାମ ଜିଲ୍ଲା ରାଷ୍ଟ୍ରିୟ ମଜଦୂର କଂଗ୍ରେସ

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର )  ବ୍ରହ୍ମପୁର :-  ଦେଶ କରୋନା ମହାମାରୀରେ ଆଉଟ ପାଉଟୁ ହେଉଥିବା ବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଏହି ସମୟରେ ଆମ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି କୁ ପତ୍ୟାହାର କରିବା ଦାବୀ କରି ଦକ୍ଷିଣାଞ୍ଝଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ରାଷ୍ଟ୍ରିୟ ମଜଦୂର କଂଗ୍ରେସ ର ଜିଲ୍ଲା ସଭାପତି ପିତବାସ ପଣ୍ଡାଙ୍କ ନେତୃତ୍ୱରେ ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି ଗତ ୬ ମାସ ଧରି ଗରିବ, ଦିନମଜୁରିଆ ଓ ଶ୍ରମଜୀବି କାମଧନ୍ଦା ନ ପାଇ ଅତି ଦୟନିୟ ଆବସ୍ଥାରେ ରହିଛନ୍ତି । ବଞ୍ଝିବାକୁ ସଂଗ୍ରାମ କରୁଥିବା ବେଳେ ଏ ବିଦ୍ୟୁତ ଦର ବୃଦ୍ଧି ୟୁନିଟ୍ ପ୍ରତି ୨୦ ପଇସା ଟିକସ ବୋଝ ଲୋକଙ୍କୁ ବାଧିବ ।

ରାଜ୍ୟ ସରକାର ଭଡା ବୃଦ୍ଧି କରିବା ଆଗରୁ ଲୋକଙ୍କ ମତ ନେଇ ନାହାଁନ୍ତି, ଯାହାକି ବିଦ୍ୟୁତ୍ ଉପଭୋକ୍ତା ନିୟମ ବିରୁଦ୍ଧାଚରଣ କରୁଛି । ଅନ୍ୟ ପକ୍ଷରେ ପୂର୍ବରୁ ବିଦ୍ୟୁତ ବଂଟନ କମ୍ପାନୀ ଗୁଡିକରୁ ୨୦୦୦ କୋଟି ଟଙ୍କା ସଂଗ୍ରହ କରିବାରେ ସରକାର ବିଫଳ ହୋଇଛନ୍ତି । ସେହି କମ୍ପାନୀମାନେ ଛାଡି ପଳାଇ ଛନ୍ତି । ସେହିପରି ଘରୋଇ କମ୍ପାନୀ ତଥା ଶିଳ୍ପପତିମାନଙ୍କ ପାଖରୁ ୪୦୦୦ କୋଟି ଟଙ୍କା ବିଦ୍ୟୁତ୍ ଟିକସ ଅନାଦେୟ ରହିଛି । ତୁରନ୍ତ ବଦ୍ଧିତ ବିଦ୍ୟୁତ୍ ଦର ପତ୍ୟାହାର କରିବାକୁ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରିୟ ମଜଦୂର କଂଗ୍ରେସ ଦାବୀ କରିଛି । ଏହି ବିକ୍ଷୋଭରେ ସଭାପତିଙ୍କ ଭୋକାଲି ସେଠୀ, ପ୍ରମୋଦ ଜେନା, ବିଜୟରାଜ ପାଣିଗ୍ରାହୀ, ଆରତୀ ପଟ୍ଟନାୟକ, ରବି ଅଧିକାରୀ, ଇଲିଆସ ଖାନ୍ ଙ୍କ ସହ ମଜଦୂର କଂଗ୍ରେସ ବହୁ କର୍ମି ଯୋଗ ଦେଇଥିଲେ ।
(ରିପୋର୍ଟ- ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version