ନୟାଗଡ଼ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସକାଳ ୮ ଟା ସମୟରେ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ବାହାରି ନୟାଗଡ ସହର ପରିକ୍ରମା କରିବାସହ ଜିଲ୍ଲାର ବିଭିନ୍ନ ବ୍ଲକରେ ଶିଶୁ ଶ୍ରମିକ ନିୟୋଜିତ ନ କରିବାପାଇଁ ପ୍ରଚାର କରିଥିଲା l ୧୪ ବର୍ଷରୁ କମ ବାୟସର ଶିଶୁଙ୍କୁ କୌଣସି ବିପଦଜନକ କାର୍ଯ୍ୟରେ ନଲଗାଇବାପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା l ନୟାଗଡ଼ର ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପତାକା ଦେଖାଇ ଉଦ୍ଘାଟନ କରିଥିବାବେଳେ, ପ୍ରଭାଗୀୟ ଶ୍ରମ ଆଯୁକ୍ତ ତେଜ କୁମାର ବାଗେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l

ଏହି ସଚେତନତା ଶୋଭାଯାତ୍ରାରେ ଜିଲ୍ଲା ଶିଶୁ ସୁରକ୍ଷ୍ୟା ୟୁନିଟର ଅଧିକାରୀ, ଯଥାକ୍ରମେ ଅତିରିକ୍ତ ଶ୍ରମ ଅଧିକାରୀ ଜ୍ଞାନରଞ୍ଜନ ସାହୁ, ସୁଶ୍ରୀ ପୂଜାଜାରିନ ସାମଲ,ଶ୍ରୀମତୀ ଜୟଶ୍ରୀ ଦଳେଇ,ସୁଶ୍ରୀ ଲୋୟେସା ସିଂ,ଆଶୁତୋଷ କୁମାର ସାମଲ, ନିରୋଜ କୁମାର ବଡ଼ଜେନା, ରମାକାନ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ “ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ କମିଟି”ର ଅଧ୍ୟକ୍ଷ୍ୟ ଶୂନ୍ୟଜୟୀ ମିଶ୍ର, ମହାସଚିବ ବସୁଦେବ ମହାନ୍ତି, ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ପ୍ରମୋଦ ମହାରଣା, ରଘୁନାଥ ମହାରଣା, ବସନ୍ତ କୁମାର ସାହୁଙ୍କ ସମେତ ୨0ଜଣ ଟ୍ରେଡ଼ ୟୁନିଅନ କର୍ମକର୍ତ୍ତା ଯୋଗଦେଇଥିଲେ l

Exit mobile version