ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜୁନ୍ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା ବାର୍ତ୍ତା ନେଇ ବାଇ ସାଇକେଲ ଦିଵସ ପାଳନ ହେଉଛି l ଏହି ଅବସରରେ ନୟାଗଡ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ଭାଗିରଥୀ ହାଇସ୍କୁଲ ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଛି l

ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରୀପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରି ସାଇକେଲ ଧରି ସମଗ୍ର ଗାଁ ପରିକ୍ରମା କରିଥିଲେ l ଏପରିକି ସାଇକେଲ ଚଳାଇବା ଦ୍ବାରା କିଭଳି ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ରକ୍ଷା ସହ ପେଟ୍ରୋଲ ଆଦିର ବ୍ୟବହାର କମିଯିବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ସଚେତନ କରା ଯାଇଥିଲା l

Exit mobile version