ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମଙ୍ଗଳବାର ଶ୍ରୀମନ୍ଦିର ସମ୍ମୁଖରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ବାଂଲାଦେଶର ଢାକାଠାରେ ଅନୁଷ୍ଠିତ କନିଷ୍ଠ ପୁରୁଷ ବର୍ଗ ଆନ୍ତର୍ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିୟନଶିପରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଅର୍ଜନ କରି ଦେଶକୁ ଗୌରବାନ୍ୱିତ କରିଛି। ଏହି ଦଳରେ ଓଡ଼ିଶାର ଏକମାତ୍ର ପ୍ରତିନିଧି ତଥା ପୁରୀର ସୁପୁତ୍ର ସ୍ୱସ୍ତିକ ମହାପ୍ରସାଦ ପତି ଅଂଶଗ୍ରହଣ କରି ଚମତ୍କାର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି ।
