ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବା ସହିତ ରାଜ୍ୟ ସରକାର ସମସ୍ତ ପକ୍ରାର ସହାୟତା ଯୋଗାଇ ଦେବେ । କ୍ରେଡାଇର ସଦସ୍ୟମାନଙ୍କସହିତ ଆଲୋଚନାଅବସରରେ ଏହା କହିଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମବୀ ପ୍ରତାପ ଜେନା । କ୍ରେଡାଇର ଏକ ପ୍ରତିନିଧିମଣ୍ଡଳୀ ଆଜି ମବୀ ଶ୍ରୀ ଜେନାଙ୍କୁ ଭେଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଗୃହ ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି । ଉନ୍ନତି ଭବନ ଠାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଜି ମାଥିଭାଥନନ, ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ରେରାର ଅଧ୍ୟକ୍ଷ ଅମୀୟ କୁମାର ଚୌଧୁରୀ ଏବଂ ବିଡିଏ ଓ ସିଡିଏର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚନା କାଳରେ କ୍ରେଡାଇ ସଦସ୍ୟମାନେ ରିୟଲ ଇଷ୍ଟେଟ ରେଗୁଲାଟରୀ ଅଥରିଟୀ ଆଇନ୍ (ରେରା) -୨୦୧୬ ଏବଂ ଓଡିଶା ରିୟଲ ଇଷ୍ଟେଟ ରେଗୁଲାଟରୀ ଅଥରିଟୀ (ଓରେରା) ନିୟମ ୨୦୧୭ ଅନୁଯାୟୀ ଗୃହ ନିର୍ମାଣ କ୍ଷେତ୍ରରେ ଯେଉଁସବୁ ସମସ୍ୟାର ସ୧ୁଖୀନ ହେଉଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ଗୃହ ନିର୍ମାଣ ପାଇଁ ବର୍ତ୍ତମାନ ଆଦାୟ ହେଉଥିବା ସେସ୍ ଓ ପୌର ଦେୟ ହ୍ରାସ ଲାଗି ଦାବି କରିଥିଲେ । ସମସ୍ତ ପ୍ରକଳ୍ପ ଲାଗି ଏକକ ବାତାୟନ ବ୍ୟବସ୍ଥା (ସିଙ୍ଗଲ ୱିଣ୍ଡୋ) କରିବା, ଧାର୍ଯ୍ୟ ସମୟ ମଧ୍ୟରେ ଅଧିଗ୍ରହଣ ପ୍ରମାଣପତ୍ର, ଓଟିଡିଆର ୨୦୧୫ ନିୟମରେ ପରିବର୍ତ୍ତନ, ସର୍ବକ୍ଷମା ଯୋଜନା, ସମସ୍ତ ସହରାଞ୍ଚଳ ପାଇଁ ଗୃହ ନିର୍ମାଣ ନୀତି, ପ୍ରକଳ୍ପ ଗୁଡିକର ଅନୁମୋଦନ, ଓରେରା ଚୁକ୍ତି ଅନୁଯାୟୀ ବିକ୍ରି ବ୍ୟବସ୍ଥା ଆଦିର ପରିବର୍ତ୍ତନ ଓ ସରଳୀକରଣ ଆଦି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସଦସ୍ୟମାନଙ୍କ ମତାମତ ଶୁଣିବାପରେ ମବୀ ଶ୍ରୀ ଜେନା କହିଥିଲେ ଯେ ଉପସ୍ଥାପିତ ହୋଇଥିବା ସମସ୍ୟା ଓ ମତାମତ ଉପରେ ଖୁବ୍ଶୀଘ୍ର ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟରେ କିଭଳି ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ହେବ ସେଥିନେଇ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମବୀ ଆଶ୍ୱାସନା ଦେଇଥିଲେ ।
ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବ – ପ୍ରତାପ ଜେନା

Related Content
ଆଗାମୀ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା : ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ମୁକାବିଲା ପାଇଁ ନିର୍ଦେଶ
by
Proprietor Abhimanyu Maharana
October 25, 2026
କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା
by
Proprietor Abhimanyu Maharana
October 25, 2026
ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି
by
Proprietor Abhimanyu Maharana
October 25, 2026
ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ
by
Proprietor Abhimanyu Maharana
October 25, 2026
ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି
by
Proprietor Abhimanyu Maharana
October 25, 2026
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ସ୍ମୃତି ସଭା
by
Proprietor Abhimanyu Maharana
October 24, 2026