ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବା ସହିତ ରାଜ୍ୟ ସରକାର ସମସ୍ତ ପକ୍ରାର ସହାୟତା ଯୋଗାଇ ଦେବେ । କ୍ରେଡାଇର ସଦସ୍ୟମାନଙ୍କସହିତ ଆଲୋଚନାଅବସରରେ ଏହା କହିଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମବୀ ପ୍ରତାପ ଜେନା । କ୍ରେଡାଇର ଏକ ପ୍ରତିନିଧିମଣ୍ଡଳୀ ଆଜି ମବୀ ଶ୍ରୀ ଜେନାଙ୍କୁ ଭେଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଗୃହ ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି । ଉନ୍ନତି ଭବନ ଠାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଜି ମାଥିଭାଥନନ, ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ରେରାର ଅଧ୍ୟକ୍ଷ ଅମୀୟ କୁମାର ଚୌଧୁରୀ ଏବଂ ବିଡିଏ ଓ ସିଡିଏର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚନା କାଳରେ କ୍ରେଡାଇ ସଦସ୍ୟମାନେ ରିୟଲ ଇଷ୍ଟେଟ ରେଗୁଲାଟରୀ ଅଥରିଟୀ ଆଇନ୍ (ରେରା) -୨୦୧୬ ଏବଂ ଓଡିଶା ରିୟଲ ଇଷ୍ଟେଟ ରେଗୁଲାଟରୀ ଅଥରିଟୀ (ଓରେରା) ନିୟମ ୨୦୧୭ ଅନୁଯାୟୀ ଗୃହ ନିର୍ମାଣ କ୍ଷେତ୍ରରେ ଯେଉଁସବୁ ସମସ୍ୟାର ସ୧ୁଖୀନ ହେଉଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ଗୃହ ନିର୍ମାଣ ପାଇଁ ବର୍ତ୍ତମାନ ଆଦାୟ ହେଉଥିବା ସେସ୍ ଓ ପୌର ଦେୟ ହ୍ରାସ ଲାଗି ଦାବି କରିଥିଲେ । ସମସ୍ତ ପ୍ରକଳ୍ପ ଲାଗି ଏକକ ବାତାୟନ ବ୍ୟବସ୍ଥା (ସିଙ୍ଗଲ ୱିଣ୍ଡୋ) କରିବା, ଧାର୍ଯ୍ୟ ସମୟ ମଧ୍ୟରେ ଅଧିଗ୍ରହଣ ପ୍ରମାଣପତ୍ର, ଓଟିଡିଆର ୨୦୧୫ ନିୟମରେ ପରିବର୍ତ୍ତନ, ସର୍ବକ୍ଷମା ଯୋଜନା, ସମସ୍ତ ସହରାଞ୍ଚଳ ପାଇଁ ଗୃହ ନିର୍ମାଣ ନୀତି, ପ୍ରକଳ୍ପ ଗୁଡିକର ଅନୁମୋଦନ, ଓରେରା ଚୁକ୍ତି ଅନୁଯାୟୀ ବିକ୍ରି ବ୍ୟବସ୍ଥା ଆଦିର ପରିବର୍ତ୍ତନ ଓ ସରଳୀକରଣ ଆଦି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସଦସ୍ୟମାନଙ୍କ ମତାମତ ଶୁଣିବାପରେ ମବୀ ଶ୍ରୀ ଜେନା କହିଥିଲେ ଯେ ଉପସ୍ଥାପିତ ହୋଇଥିବା ସମସ୍ୟା ଓ ମତାମତ ଉପରେ ଖୁବ୍ଶୀଘ୍ର ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟରେ କିଭଳି ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ହେବ ସେଥିନେଇ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମବୀ ଆଶ୍ୱାସନା ଦେଇଥିଲେ ।
ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବ – ପ୍ରତାପ ଜେନା

Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026