ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମର ରାଜ୍ୟ ସଭାପତି ତଥା ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଭାପତି ସତ୍ୟବ୍ରତ ନାୟକ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫୯ ତମ ସ୍ଥାନ ଅଧିକାର କରିଥିବା ନୟାଗଡ ଜିଲ୍ଲା ରଣପୁର ବ୍ଲକସ୍ଥିତ ସୁକାବାଡି ଗ୍ରାମ ପାଇଁ ଗୌରବ ଆଣିଥିବା ଶ୍ୱେତା ସୁଚରିତାଙ୍କୁ ତାଙ୍କ ସୁର୍କାବାଡିସ୍ଥିତ ବାସଭବନରେ ଭେଟି ତାଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ରେ ସମ୍ମାନିତ କଲେ ଏବଂ 

ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ତାଙ୍କ ପିତା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠି, ବାଳକୃଷ୍ଣ ଷଡଙ୍ଗୀ, ଶାରଦା ପ୍ରଶନ୍ନ ସୁବୁଦ୍ଧି, ଜଗଦିସ ପଶ୍ଚିମକବାଟ, ସଞ୍ଜୟ ମହାନ୍ତି, ଚନ୍ଦ୍ରଶେଖର ସେଠି ଓ ତାଙ୍କ ମାତା ଜାନକୀ ସେଠୀ ଉପସ୍ଥିତ ଥିଲେ ।

Exit mobile version