ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ.ଟେକ୍.କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର୍ ଠାରେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆୟୋଜିତ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ ଉଦୟଗିରିର ଉପ – ବିଭାଗୀୟ ଆରକ୍ଷୀ ଅଧିକାରୀ ରାକେଶ କୁମାର ସାହୁ (ଆଇ.ପି. ଏସ୍) ଯୋଗ ଦାନ କରି ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ସବୁ ବର୍ଗର ଲୋକେ ପ୍ରୋତ୍ସାହିତ କରି ଆମର ପବିତ୍ର ପରମ୍ପରାକୁ ବଜାୟ ରଖିବାକୁ ପଡ଼ିବ କହିଥିଲେ ।

ଵିଶିଷ୍ଟ ସମାଜ ସେବୀ ରମଗିରିର ନିର୍ମଳା ପଟ୍ଟାନାୟକ ସାମ୍ପ୍ରତିକ ନାରୀ ସଶକ୍ତି କରଣ ପାଇଁ ନଜସ୍ୱ ସମର୍ପିତ ଶ୍ରମକୁ ସାକାର କରିବାପାଇଁ ସଦା ସର୍ବଦା ଉଜ୍ଜୀବିତ ରହିବା ପାଇଁ ଅନୁରୋଧ କରିଥିଲେ । ପ୍ରାରମ୍ଭ ରେ ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ ,ଚାନ୍ଦିନୀ ସାହୁ ପରିଚୟ ପ୍ରଦାନ, କରିଥିବା ବେଳେ ପ୍ରଗତିର ଅଧ୍ୟକ୍ଷ ଲୋକନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସମ୍ପାଦିକା ତନୁଜା ଶତପଥୀ ପ୍ରଗତିର ନାରୀ ସଶକ୍ତି କରଣ ର ବିଭିନ୍ନ ପର୍ବର ପାଳନ ଓ ନମୁନା ଦେଇଥିଲେ ।

ସମ୍ମାନିତ ଅତିଥି ଭାଗବତ ପାଢ଼ୀ ରଜ ମଉଜ ର ପ୍ରାଚୀନତା ଏବଂ ଆଧୁନିକତା ର ଏକ ତୁଳନାତ୍ମକ ବିଚାର କରିଥିଲେ । ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ବିଭିନ୍ନ ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପ୍ରମାଣ ପତ୍ର ଓ ଆକର୍ଷଣୀୟ ପୁରଷ୍କାର ବିତରଣ କରାଯାଇ ଥିଲା । ଶେଷରେ ରଜଦୋଳି ଗୀତ ସହ ସମସ୍ତ ଝିଅ ମହିଳା ଉପଭୋଗ୍ୟ ହୋଇଥିଲା। କର୍ଯ୍ୟ କ୍ରମକୁ ଶରତ କୁମାର ପ୍ରଧାନ,ପାୟଲ ପାତ୍ର, ପଲକ୍ ପାତ୍ର, ଚାନ୍ଦିନୀ ସାହୁ, ପରିଚାଳନା କରିଥିଲେ l

Exit mobile version