ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତା୧୫.୦୬.୨୦୨୬ରିଖ, ସୋମବାର’ ‘ରଥଖଳା:ରଥ ନିର୍ମାଣ କାର୍ଯ୍ୟ’ ‘୫୬ତମ ଦିବସ’ ‘ରଥ ନିର୍ମାଣକାରୀଙ୍କ ଉପସ୍ଥାନ’ ‘ତିନିରଥ ର ମହାରଣା ସେବକ – ୭୭ ‘ତିନିରଥ ର ଭୋଇ ସେବକ – ୭୫ ‘ତିନିରଥ ର ରୂପକାର ସେବକ – ୨୧ ‘ତିନିରଥ ର କରତୀ ସେବକ – ୪ ‘ତିନିରଥ ଓଝା କମାର ସେବକ – ୨୦ ‘ତୁମ୍ବ ବିନ୍ଧ କାରିଗର – ୨ ‘ପାହି ମହାରଣା – ୨ ‘ଚିତ୍ରକାର – ୧୬ ‘ରଥଖଳା ସହାୟକ(ପାଣି ବାଲା) – ୧ ମୋଟ – ୨୧୮ ଜଣ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଥ ନିର୍ମାଣର ୫୬ ତମ ଦିବସରେ ରଥ ନିର୍ମାଣ କରି ସେବକ ମାନେ ପୂର୍ବଦିନ ପରି ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ଦେବା ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ‘ରଥ ନିର୍ମାଣ ଅଗ୍ରଗତି’ (ଗତକାଲି ସୁଦ୍ଧା ତିନିରଥ ଉପର ତୃତୀୟ ଭୂଇଁ ଫ୍ରେମ ଉପରେ ଏକ ନମ୍ୱର ବଡ଼ ଥଳ ପୋଟଳ ସ୍ଥାପନ ହେବା ସହ,

ରଥ ଉପର ପଟା ବାଡ଼ିଆ ପୂର୍ବରୁ ତାଗ ବା ବଟନ୍ ବାଡ଼ିଆ କାର୍ଯ୍ୟ ଜାରୀ ରହିଥିଲା..) ‘ତିନି ରଥରେ ପଡ଼ିଲା ମୂଳ କଇଞ୍ଚି’ ଆଜି ଅପରାହ୍ନରେ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ସହଯୋଗୀ ମହାରଣା ଭୋଇ ସେବକ ମାନେ ମିଶି ତିନି ରଥର ମୂଳ କଇଞ୍ଚି ବା ଚାରି ନାହାକା କଇଞ୍ଚି ତିନିରଥରେ ଦୁଇଟି ଲେଖାଏଁ ଉଭୟ ପାର୍ଶ୍ୱରେ ପଡ଼ିଅଛି

ଏହି କଇଞ୍ଚିି ତିନିରଥ ଭୂଇଁ କୁ ମଜବୁତ୍ କରି ରଖିବା ପାଇଁ ଚାରି ନାହାକା ଭିତର ପାର୍ଶ୍ୱରେ ଚାର ନାହାକା ମୂଳରୁ କ୍ରସ କରି ଫିଟିଙ୍ଗ କରାଯାଇଛି l  ଏଥିସହ ରଥ ଚାଳି ରେ ମହାରଣା ସେବକ ମାନେ ତିନିରଥର ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଛନ୍ତି ।  ଏଥି ସହ ମହାରଣା ସେବକ ମାନେ ତିନିରଥର ଦୁଆର ବେଢ଼ା ପାଇଁ ୮ ଟି ଲେଖାଏଁ ଗାରେଡ଼ି ଏବଂ ୪ ଗୋଟି ଲେଖାଏଁ ଅଁଳା ନିର୍ମାଣ ଶେଷ କରିଛନ୍ତି । 

ଏଥିସହ ଆଜି ତିନିରଥ ର ଘୋଡ଼ା ସେଟିଙ୍ଗ ପାଇଁ ତିନି ରଥ ସମ୍ମୁଖ ଭାଗ ନୀରାଡ଼ି ତଳ ଭାଗରେ ଗୋଟିଏ ଗୋଟିଏ ‘ଚାର ପରିଛା’ ଫିଟିଙ୍ଗ ସହ କଣ୍ଟା ପଡ଼ିବା ଶେଷ ହୋଇଛି ।ଏହି ଚାର ପରିଛା ରେ ଇସ ସଂଯୋଗ ହୋଇ ରଥରେ ଘୋଡ଼ା ଲାଗିବାରେ ସହାୟକ ହୋଇଥାଏ ।  ଏଥିସହ ଆଜି ତିନିରଥର ଆଗ ଆଣି ପଛ ଆଣି ଦୁଇଟି ଲେଖାଏଁ କତରା ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ ହୋଇଅଛି । ‘ରୂପକାର ଚାଳି’ ରୂପକାର ସେବକ ମାନେ ତିନିରଥର ଗୋଟିଏ ଗୋଟିଏ ଚାର ପରିଛା ରେ ପଦ୍ମ ଫୁଲ ,

ମୟୂର ଏବଂ ଡାଳି ଲତା ଖୋଦେଇ ଶେଷ ପରେ ତିନିରଥର ଭୋଇ ସେବକ ମାନଙ୍କୁ ଫିଟିଙ୍ଗ ପାଇଁ ଯୋଗାଇ ଦେବା ସହ ତିନିରଥର ଦୁଆର ବେଢ଼ା ପାଇଁ ନାଟ ଗୋଡ଼ ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି । ‘ଚିତ୍ରକାର’ ଚିତ୍ରକାର ସେବକ ମାନେ ପାର୍ଶ୍ୱ ଦେବ ଦେବୀ ମାନଙ୍କ ମୂର୍ତ୍ତି ଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ବାହ୍ୟ ଅଂଶ ଯଥା ଚକ, କୋଣ ଗୁଜ, ପଟା ଗୁଜ ଇତ୍ୟାଦିରେ ଧାଳା ପ୍ରାଇମର୍ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି ।

‘କମାର ଶାଳ’ ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଏବଂ ଓଲଟ ଶୁଆ ଫିଟିଙ୍ଗ ପାଇଁ ନରାଜ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ‘ପାହି ମହାରଣା’ ଦୋଳ ବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ନିମନ୍ତେ ସେବା ପୂଜା ପାଇଁ କାଠ ଏବଂ ବାଉଁଶ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି । ‘ବି.ଦ୍ର’ ଆଜିର ରଥ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କୀୟ ସ୍ଥିର ଚିତ୍ର ଏଥିସହ ସାମିଲ କରାଯାଇଛି । 

Exit mobile version