ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଖଜୁରୀନାଳ ଠାରେ ଅନୁରାଗ ପାଳ ଙ୍କ ଆବାହନ କ୍ରମେ ଜିଲ୍ଳା ସ୍ତରୀୟ ହାଇୱା ଆସୋସିଏସନ୍ ଗଠିତ ହୋଇଛି l ଏଥିରେ ସମଗ୍ର ଜିଲ୍ଲା ରେ ଥିବା ସମସ୍ତ ହାଇୱା ଓ ଟିପର ମଲିକ ମାନେ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ ସଭାପତି ଭାବେ ପୁର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ଦିଲ୍ଲୀପ ସାହୁ, ସଧାରଣ ସମ୍ପାଦକ ଭାବେ ଅନୁରାଗ ପାଳ, ଯୁଗ୍ମ ସଂପାଦକ ଭାଵେ ଶାନ୍ତନୁ କୁମାର ଦାସ, କୋଷାଧକ୍ଷ ଭାଵେ ମୋହନ ପ୍ରସାଦ ସୁବୁଦ୍ଧି ପ୍ରମୁଖ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି l
