ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୁରୀ ଜିଲ୍ଲା ସ୍ୱେଚ୍ଛାସବୀ ସଂଗଠନ ଦ ବେଲ୍ ଓମେନ୍ସ କ୍ଲବ ତରଫରୁ ଭିନ୍ନ ଧାରା ରେ ପାଳିତ ହୋଇଛି ରଜ ମହୋତ୍ସବ । ସ୍ଥାନୀୟ ବାଲି ନୋଳିଆ ସାହି ଠାରେ ମା ପାଲମା ସେବା ସମିତି ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି ରଜ ମହୋତ୍ସବ “ଝୁମର୍ ” ୨୦୨୬।ମା ପାଲମା ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ କିଶୋରୀ ତଥା ଅଙ୍ଗନ୍ ୱାଡ଼ି କର୍ମୀ ଯୋଗ ଦେଇ ରଜ ଉତ୍ସବର ଆନନ୍ଦ ଉଠାଇ ଥିଲେ । ଏହି ଅବସରରେ ଦି ବେଲ୍ ଓମେନ୍ସ କ୍ଲବ ମହିଳା ସ୍ବେଚ୍ଛାସେବୀ ମାନେ ଉତ୍ସବ କୁ ଆସିଥିବା କିଶୋରୀ ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ ସହିତ ରଜ ସଜ ବଣ୍ଟନ କରି ଥିଲେ ।

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କ୍ଲବ ସମ୍ପାଦିକା ସବିତା ହରିଚନ୍ଦନ କହିଥିଲେ ଯେ ସହର ତଳି ଅଞ୍ଚଳରେ ମହିଳା ଓ କିଶୋରୀ ମାନଙ୍କ ମଧ୍ୟରେ ନିଜସ୍ୱ ସ୍ବଛତା ସମ୍ପର୍କିତ ଜ୍ଞାନ କମ ରହିବା ଫଳରେ ସେମାନଙ୍କ ବିଭିନ୍ନ ପ୍ରକାର ଶାରୀରିକ ଅସୁସ୍ଥତା ଦେଖା ଯାଏ ତେଣୁ ସେମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମ ର ମୂଲ ଉଦ୍ଦେଶ୍ୟ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଅଙ୍ଗନ ବାଡି ଦିଦି ଓ ମହିଳା ଗୋଷ୍ଠୀ ମାନଙ୍କୁ ସମ୍ମାନିତ କରାଯାଇ ଥିଲା । କିଶୋରୀ ମାନଙ୍କ ମଧ୍ୟରେ ପୁଚି,ମ୍ୟୁଉଜିକ ଚେୟାର,ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେଇ ଥିଲା ।

କାର୍ଯ୍ୟକ୍ରମକୁ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ଉଦ୍ଘାଟନ କରି ଥିବା ବେଳେ ,ଉପାଧ୍ୟକ୍ଷ ସୁକାନ୍ତ କୁମାର ପଣ୍ଡା ଓ ମୋନାଲିସା ଦାସ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନ ସମ୍ପାଦକ ରାଜ କିଶୋର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ରଜ ପାନ ,ପିଠା ମିଠା ଗୁପ ଚୁପ୍ ଇତ୍ୟାଦି ସମସ୍ତଙ୍କୁ ବଣ୍ଟନ କରାଯାଇ ଥିଲା।କ୍ଲବ ସଦସ୍ୟା ରାଜ ଲକ୍ଷ୍ମୀ ଦାସ,ବର୍ଷା ଦାସ,ବନିତା ଦୀକ୍ଷିତ ଓ ମା ପଲାମା ସେବସମିତି ସଦସ୍ୟ ସଦସ୍ୟା ଉତ୍ସବ ପରିଚାଳନା କରିଥିଲେ l

Exit mobile version