କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘର ଆଞ୍ଚଳିକ ଶାଖା କଟକ ମହାନଗର ମହାସଂଘ ପକ୍ଷରୁ ପରମ୍ପରାର ରଜ ମହୋତ୍ସବ – ୨୦୨୬ ଚାନ୍ଦିନୀଚୌକ ସ୍ଥିତ ମେଲଣ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଯାଇଅଛି l ଏହି ମହୋତ୍ସବରେ ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଓ ମହାନଗରର ସଂଯୋଜକ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ରାଜ୍ୟସଭାପତି ବିଜୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ବେଉରା,

ଜିଲ୍ଲା ସଭାପତି ମାଗୁଣି ଚରଣ ରାଉତ, ଜିଲ୍ଲା ସମ୍ପାଦକ ବିଚିତ୍ରାନନ୍ଦ ତ୍ରିପାଠୀ, ,ରାଜ୍ୟ ସମ୍ପାଦକ ବିନୋଦ କୁମାର ଭୋଇ, ନିର୍ଦେଶକ ପ୍ରସନ୍ନ ପାତ୍ର,ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ସୌର ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ବି.ଜେ.ପି. ସାଂସ୍କୃତିକ ପ୍ରକୋଷ୍ଠଜର ରାଜ୍ୟ ସଂଯୋଜକ କୃତିବାସ ରଥ ମୁଖ୍ୟବକ୍ତା, ଭାବେ ଡାକ୍ତର ଦୀପକ ରାଜ ପ୍ରମୁଖ ଯୋଗ ଦେଇ ଲୋକକଳା ଓ ଲୋକ ସଂସ୍କୃତିର ବୁଡ଼ିଯାଉଥିବା ପାରମ୍ପରିକ ରଜପର୍ବର ମହନୀୟତା ସଂପର୍କରେ ମତବ୍ୟକ୍ତ ପ୍ରଦାନ କରିଥିଲେ l

ଏହି ଅବସରରେ ଓଡ଼ିଶାର ଲୋକକଳା ଓ ଲୋକ ସଂସ୍କୃତି ର ପରମ୍ପରା ନେଇ ସଂଘର କଳାକାର ମାନଙ୍କ ଦ୍ୱାରା ସଂକୀର୍ତ୍ତନ, ପାଲା,ନୃତ୍ୟ ଓ ମହିଳା ଭାଗବତ ସଂକୀର୍ତ୍ତନ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସଂଘ ସଭାପତି ପ୍ରତାପ କିଶୋର ସିଂ, ସମ୍ପାଦକ ନିହାର ରଞ୍ଜନ ସାମନ୍ତରାୟ, ସଂଗଠନ ସମ୍ପାଦକ ସୋମନାଥ ଦାସ, ଉପଦେଷ୍ଟା ବସନ୍ତ କୁମାର ସାହୁ, ଉପଦେଷ୍ଟା ଡ଼କ୍ଟର ଲଷ୍ମୀପ୍ରସାଦ ଆଚାର୍ଯ୍ୟ, ସର୍ବାଧିକାରୀ ବୀରେନ୍ଦ୍ର କୁମାର ସାହୁ, ଉପଦେଷ୍ଟା ଜଗନ୍ନାଥ ସିଂ,

ରମେଶ ଚନ୍ଦ୍ର ବେହେରା, ତୀର୍ଥବାସୀ ବେହେରା,ମାରୁତି ଶ୍ରୀ ରଣଜୀତ ପ୍ରସାଦ ଜେନା, ବୈଦ୍ୟନାଥ ମହାରଣା, ସତ୍ୟନାରାୟଣ ବେହେରା, ଯତୀନ୍ଦ୍ର କୁମାର ଦାସ, ଅକ୍ଷୟ କୁମାର ସିଂ, ଲୋକନାଥ ଦାସ, ଶ୍ରୀକାନ୍ତ ବେହେରା, ଅରବିନ୍ଦ ବେହେରା, ତରଣୀସେନ ବେହେରା, ଶ୍ରୀମାଳିନୀ ଦାଶ ମନୋଜ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ।

ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ରାଜ୍ୟର ଜିଲ୍ଲା ତଥା ବ୍ଲକ ଅଞ୍ଚଳରେ ଥିବା ଶାଖା କାର୍ଯ୍ୟାଳୟର ପକ୍ଷରୁ କର୍ମ କର୍ତ୍ତାଙ୍କ ଦ୍ବାରା ରଜ ପର୍ବ ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଅଛି । ଶେଷରେ ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି କଟକ ମହାନଗରର ଯୁଗ୍ମ ସମ୍ପାଦିକା ମାଳବିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version