‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

ଚିଲିକା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରବିବାର ପହିଲି ରଜ ଅବସରରେ ପ୍ରୟାସ ‘ତରଫରୁ ରଜ ଉତ୍ସବ ପାଳିତ ହୋଇଯାଇଅଛି।ପଞ୍ଚୁପଲ୍ଲୀ ଅଞ୍ଚଳ ବିଭିନ୍ନ ଗ୍ରାମର ୧୦୦ରୁ ଉର୍ଦ୍ଧ୍ବ ଝିଅ ବୋହୂ ଯୋଗ ଦେଇଥିଲେ।ଏହି ଉତ୍ସବରେ ଝୋଟି ଚିତା,ରଙ୍ଗୋଲି ଚିତା, ମେହେନ୍ଦି,ପୁଚି,ମ୍ୟୁଜିକ୍ ଚେୟାର, ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା। ଝିଅ ବୋହୂମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ସହ ମେଡାଲ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଝିଅ ବୋହୂମାନେ ରଜ ପାନ ସହ ଦୋଳିର ମଜା ନେଇଥିଲେ।

ପ୍ରୟାସ ‘ର ମୁଖ୍ୟ ଉପଦେଷ୍ଟା ଲଲାଟେନ୍ଦୁ ଦାଶ ପୁରସ୍କାର ବିତରଣ କରିବା ସହ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଚନ୍ଦନ କୁମାର ପାଇକରାୟ ଆଗାମୀ ବର୍ଷରେ ଏହି ଉତ୍ସବର ଉନ୍ନତି ଦିଗରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭୀକାରୀ ଚରଣ ପ୍ରଧାନ ରଜର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଲୋକନାଥ ପାଇକରାୟ ଗୋମାତାଙ୍କ ମହତ୍ୱ ଓ ଗୋପାଳନ ଦିଗରେ ଝିଅ ବୋହୂମାନଙ୍କୁ ବୁଝାଇଥିଲେ ।

ପରିଶେଷରେ ପ୍ରୟାସ ର ସମ୍ପାଦକ କୁଳମଣି ବାରିକ ଓଡ଼ିଶାର ଗଣପର୍ବ ରଜ’ ଉପରେ ଆଲୋଚନା କରିବାସହ ସମସ୍ତ ପ୍ରତିଯୋଗୀ ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରୟାସ ‘ର ଅନ୍ୟାନ୍ୟ କର୍ମକର୍ତ୍ତା,ମାନସ ନାୟକ, ପବିତ୍ର ବଳିୟାର ସିଂହ, ଆର୍ତ୍ତତ୍ରାଣ ମନୋରଞ୍ଜନ ,ବିଭୁ,ବାଦଲ, ଅତି ଆଦି ସହଯୋଗ କରିଥିଲେ।ଆସିକା ପାଇକରାୟ ସର୍ବାଧିକ ୩ଟି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ରଜ ମୁକୁଟ ପରିଧାନ ସହ ଅର୍ଥରାଶି ଗ୍ରହଣ କରିଥିଲେ ।

Exit mobile version