ଚାନ୍ଦପୁର ପୋଲିସ୍ ର ଅବିଶ୍ରାନ୍ତ ପରିଶ୍ରମ ଯୋଗୁଁ ରାଜକୋଷ କୁ ଗଲା ୭୦ ଲକ୍ଷ ଟଙ୍କା

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ରଣପୁର ବ୍ଲକ,ଚାନ୍ଦପୁର / ରିପୋର୍ଟ ଅଭିମନ୍ୟୁ :- ବହୁ ପ୍ରତୀକ୍ଷା ର ଅନ୍ତ ଘଟିଲା , ଜିଲ୍ଲା ପ୍ରଶାସନ ତରଫରୁ ବେଆଇନ ପଥର ଖଣି ଗୁଡିକୁ ୨୮/୦୯/୨୦୨୦ ରିଖ୍ ରେ ନିଲାମ କରାଯାଇଥିଲା । ମାଫିଆ ମାନେ ମାଗଣା ରେ ପଥର ପାଉଥିବାରୁ ପ୍ରଥମ ଥର କେହି ଆବେଦନ କରିନଥିଲେ । କିନ୍ତୁ ଗତ ୯/୦୯/୨୦୨୦ ରେ ଶ୍ରୀ ରଶ୍ମି ରଞ୍ଜନ ଦାଶ ଚାନ୍ଦପୁର ଥାନାରେ ଆଇଆଇସି ଭାବେ ଯୋଗଦାନ କରିବା ପରେ କ୍ରମାଗତ ଚଢଉ ଯୋଗୁଁ ଖଣି ଆବେଦନ ନିମନ୍ତେ ପତ୍ର ପଡ଼ିଲା । ଚାନ୍ଦପୁର ଅଞ୍ଚଳରେ ଥିବା ୯ ଟି ମାଙ୍କଡାପଥର ଖଣି ମଧ୍ୟରୁ ମୟୁରଝାଲିଆ କୃଷ୍ଣଚନ୍ଦ୍ରପୁର ଓ ବର୍ବରାଝର ପଥର ଖଣି ନିଲାମ ହୋଇଗଲା ଓ ଆବେଦନକାରୀ ମାନେ ୩ ଟି ଖଣି ପାଈଁ ୭୦ ଲକ୍ଷ ଟଙ୍କା ର ବ୍ୟାଙ୍କ ଗ୍ୟାରେଣ୍ଟି ଦେଲେ ତଥାପି ଅନ୍ୟ ୬ ଟି ଖଣି ପାଈଁ ଆବେଦନ ପତ୍ର ନାକଚ ହୋଇଗଲା ।

ଏହି ବାବଦ ରେ ଆଇ ଆଇସି ରଶ୍ମି ରଞ୍ଜନ ଦାସ୍ ଙ୍କୁ ପଚାରିବାରୁ ସେ କହିଲେ ଯେ , ଏସ୍.ପି ନୟାଗଡ଼ ଙ୍କ ଆଦେଶ କ୍ରମେ କ୍ରମାଗତ ଚଢ଼ଉ ଫଳରେ ବହୁ ବର୍ଷ ପରେ ରାଜ୍ୟ ସରକାର ଙ୍କ ରାଜକୋଷ କୁ ଟଙ୍କା ଗଲା ବର୍ତ୍ତମାନ ମଧ୍ୟ ଚାନ୍ଦପୁର ରେ କିଛି ଖଣି ମାଫିଆ ଖୋର୍ଦ୍ଧାର ଖଣି ମାଫିଆ ଙ୍କ ସହ ମିଶି କଦମଝୋଲା, କୁସିଆପଲ୍ଲି, କୁକୁଡ଼ାଝରି ଓ ମୟୁରଝାଲିଆ ଖଣି ରେ ଲୁଟ୍ ଜାରୀ ରଖି ପଥର କାଟି ଚୋରା ରେ ନେଉଥିବାରୁ ଏବଂ କିଛି ଖଣି ମାଫିଆ ଙ୍କ ନାମରେ ୮୭/୨୦୨୦ ରେ ମାମଲା ରୁଜ୍ଜୁ ହୋଈଛି । ଅନ୍ୟ କିଛି ଖଣି ମାଫିଆ ଙ୍କୁ ୧୧୦ ଦଫାରେ ଖୁବ ଶୀଘ୍ର ଗିରଫ କରାଯିବ । ପୁରୀ ରୁ ଆସି ମୟୁରଝାଲିଆ ରେ ବେଆଇନ ଭାବେ ପଥର ଖୋଳୁଥିବା ଜଣେ ମହିଳା ଏହି ରାକେଟ୍ ର କିଙ୍ଗ ପିନ୍ ଓ ସେ ପୋଲିସ ରାର୍ଡ଼ର୍ କୁ ଆସି ସାରିଛନ୍ତି ।

Exit mobile version