ବ୍ଲକ ସ୍ତରୀୟ ମସ୍ଚ୍ୟ ଚାଷ ସମ୍ୱନ୍ଧରେ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ) (ନି. ପ୍ର) :- ମସ୍ଚ୍ୟ ଓ ପଶୁ ସମ୍ପଦ ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ବିରିଡି ବ୍ଲକ ମସ୍ଚ୍ୟ ଓ ପଶୁ ସମ୍ପଦ ବିଭାଗ ଜରିଆରେ ଶୁକ୍ରବାର ମିଶନ ଶକ୍ତି ସଭାଗୃହରେ ଏକଦିବସୀୟ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସଚେତନତା ଓ ପ୍ରଶିକ୍ଷଣ ତାରେ ବ୍ଲକ ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ,

କୁଜଙ୍ଗ ବ୍ଲକ ସହକାରୀ ମସ୍ଚ୍ୟ ଅଧିକାରୀ ସ୍ୱସ୍ତିକ ସତ୍ୟରଞ୍ଜନ, ବିରିଡି ସହକାରୀ ମସ୍ଚ୍ୟ ଅଧିକାରୀ ଚଗୁ ରାଉଳ ବ୍ଲକ ମସ୍ଚ୍ୟ ବିଭାଗ କର୍ମକର୍ତ୍ତା ସୌଭାଗ୍ୟ ଦାଶ, ପ୍ରଭାସିନୀ ସେଠୀ ଯୋଗଦେଇ ମସ୍ଚ୍ୟ ଚାଷ ର ପ୍ରଣାଳୀ ଏବଂ ରୋଗ ନିରାକରଣ, ପୋଖରୀରେ ଜଳ ପରୀକ୍ଷା ଉପରେ ବିସ୍ତୃତ ଭାବରେ ଉପସ୍ଥିତ ମସ୍ଚ୍ୟ ଚାଷୀ ଯଥା ମହିଳା ଓ ପୁରୁଷ ଚାଷୀ ମାନଙ୍କୁ ବୁଝାଇବା ସହ ସଚେତନ କରାଇଥିଲେ l ଏଥିରେ ବହୁ ମହିଳା ଓ ପୁରୁଷ ମସ୍ଚ୍ୟ ଚାଷୀ ଯୋଗଦେଇ ଜ୍ଞାନ ଆହରଣ କରିଥିଲେ l

Exit mobile version