Home ଓଡ଼ିଶା ବସ୍ ଧକ୍କାରେ ମହିଳା ସ୍କୁଟି ଚାଳକ ମୃତ, ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ବେଗୁନିଆ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସାରୁଅ ବଜାର ମଝିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ସ୍କୁଟି ଉପରେ ଚଢ଼ିଗଲା ମିନାର ନାମକ ଯାତ୍ରୀବାହୀ ବସ । ଘଟଣା ସ୍ଥଳରେ ମହିଳା ସ୍କୁଟି ଚାଳକ ମୃତ । ଘଟଣା ସ୍ଥଳରେ ଉତ୍ତେଜନା ହୋଇଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ସୂଚନା ଅନୁଯାୟୀ ଆଜି ସକାଳୁ ସାରୁଅ ଗାଁର ହାଲୁରି ପାହାଡ଼ସିଂ ନିଜର ଜଣେ ସମ୍ପର୍କୀୟଙ୍କୁ ଛାଡିବାକୁ ବଜାରକୁ ଆସୁଥିବା ବେଳେ ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ମିନାର ଯାତ୍ରୀବାହିଁ ବସ ତାଙ୍କୁ ପଛରୁ ଧକା ଦେଇଥିଲା । ଫଳରେ ହାଲୁରି ଙ୍କ ସମ୍ପର୍କୀୟ ପୁରୀ ଚନ୍ଦନପୁରର ମହିଳାଙ୍କ ମୃତ୍ୟୁ ଘଟିଥିବା ଦେଖା ଦେଇଛି । ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିବା ବେଳେ ଖୋର୍ଦ୍ଧା ଏସ୍ଡ଼ିପିଓ ବାଘମାରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛନ୍ତି । ଦୀର୍ଘ ଦୁଇ ଘଣ୍ଟା ରାସ୍ତା ରୋକ ପରେ ପରିସ୍ଥିତି ଶାନ୍ତ ସହିତ ରାସ୍ତାରୋକ ହଟିଥିବା ଦେଖା ଦେଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026