ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହିଷ୍କାର ଦାବିରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଗୁରୁବାର ଅପରାହ୍ନରେ ପୁରୀ ଭକ୍ତ ସାଲବେଗ ପୀଠ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିବା ସହ ଇସ୍ତଫା ଦାବି କରିଛନ୍ତି । ଦେଶର ନିଟ ପ୍ରଶ୍ନ ପତ୍ର ଲିକ୍ ଏବଂ ସିବିଏସଇ ପରୀକ୍ଷା ପତ୍ର ମୂଲ୍ୟାଙ୍କନରେ ତ୍ରୁଟି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର କରିଦେଇଛି । ନିଟ୍ ପରୀକ୍ଷା ବାତିଲ୍ ହେବାପରେ ପ୍ରାୟ ୧୭ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

ବାରମ୍ବାର ପେପର୍ ଲିକ୍ ଏବଂ ଛାତ୍ରଛାତ୍ରୀ ମାନେ ଅସହ୍ୟ ଯନ୍ତ୍ରଣା ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ହେଇ ବସିଛନ୍ତି ବୋଲି ରାଜ୍ୟ ଲିଗାଲ ସେଲ୍ ସଭାପତି ସିଦ୍ଧାର୍ଥ ପରିଡ଼ା କହିଛନ୍ତି ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେପର୍ ଲିକ୍ ଏବଂ ସିବିଏସଇ ଘୋଟାଲା ମାମଲାରେ କୌଣସି ପଦକ୍ଷେପ ନନେବା ଏବଂ ତାଙ୍କ ସମୟରେ ବାରମ୍ବାର ପେପର୍ ଲିକ୍ ହେବା ତାଙ୍କର ଅଯୋଗ୍ୟ ପଣିଆ, ଏ ପ୍ରକାର ଦୁର୍ନୀତିରେ ସଂସ୍ଲିଷ୍ଟିକୁ ଦର୍ଶାଉଛି ବୋଲି ରାଜ୍ୟ ସଙ୍ଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ କହିଛନ୍ତି ।

ଗତ ୫ ବର୍ଷରେ ୪ଥର ପେପର୍ ଲିକ୍ ହେବା ଏବଂ ଆରୋପିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା, ପେପର୍ ଲିକ୍ ଘଟଣାରେ ଖୋଦ୍ ମନ୍ତ୍ରୀ ଏବଂ ଅଧିକାରୀ ମାନଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି ।ଏହି ଶିକ୍ଷାମନ୍ତ୍ରୀଙ୍କ ଯୋଗୁ ଅନେକ ନିରୀହ ମେଧାବୀ ଛାତ୍ରଛାତ୍ରୀ ପ୍ରାଣବଳି ଦେଇଥିଲେ ମଧ୍ୟ କ୍ଷମତାର ନିଶାରେ କୌଣସି ଉତ୍ତରଦାୟିତ୍ୱ ନନେଇ, ନିଜ ପଦରୁ ଇସ୍ତଫା ନଦେଇ ଧର୍ମେନ୍ଦ୍ର ପ୍ରଧାନ ପ୍ରମାଣିତ କରିଛନ୍ତି ଯେ, ସେ ଜଣେ କ୍ଷମତା ଲୋଭୀ ,

ଦାୟିତ୍ୱହୀନ ଏବଂ ଦୁର୍ନୀତି ଗସ୍ତ ମନ୍ତ୍ରୀ ବୋଲି ଜିଲ୍ଲା ସମ୍ପାଦକ ସତ୍ୟଜିତ୍ ମହାନ୍ତି କହିଛନ୍ତି।ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ, ରାଜ୍ୟ ଲିଗାଲ ସେଲ୍ ସଭାପତି ସିଦ୍ଧାର୍ଥ ପରିଡ଼ା, ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ୍ ମହାନ୍ତି, ଜିଲ୍ଲା ଉପ ସଭାପତି ଅନିଲ କୁମାର ସେନାପତି, ଜିଲ୍ଲା ଉପସଭାପତି ରବୀନ୍ଦ୍ରନାଥ ସାହୁ , ଜିଲ୍ଲା ସଭାନେତ୍ରୀ ତପସ୍ୱିନୀ ଜଗଦେବ , ଯୁଧିଷ୍ଠିର ବାରିକ , ରମାକାନ୍ତ ସ୍ୱାଇଁ , ରମେଶ ଚନ୍ଦ୍ର ମହାନ୍ତି , ସମିନା ନାୟକ , ସୋନାଲି ରୟେ ,ସନ୍ଧ୍ୟାରାଣୀ ଦାଶ, ଯୁଧିଷ୍ଠିର ବାରିକ,ଉମାକାନ୍ତ ସାହୁ , ପାର୍ବତୀ ପ୍ରଧାନ ଆଦି ପ୍ରମୁଖ ସଦସ୍ୟଙ୍କ ସହ ବିଭିନ୍ନ ବିଧାନ ସଭାରୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l

Exit mobile version