ପୋଖରୀରେ ବୁଡି ଏମ୍.ଦିନନାଥଙ୍କ ଆକସ୍ମିକ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର )  ଦିଗପହଣ୍ଡି :- ଦିଗପହଣ୍ଡି ଆଠଗଡ଼ିଆ ସାହିର ଦିନା ଓରଫ ଏମ୍.ଦିନନାଥଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ସେ ମଙ୍ଗଳବାର ମଧ୍ୟାହ୍ନରୁ ହଠାତ୍ ନିଖୋଜ ଥିଲେ।ପରିବାରବର୍ଗ ବହୁ ଖୋଜାଖୋଜି କରିବା ସତ୍ତ୍ବେ କୌଣସି ଖବର ନପାଇ ଚିନ୍ତାରେ ଥିଲେ । ତେବେ ବସଷ୍ଟାଣ୍ଡ ନିକଟ ପେଣ୍ଡରା ବନ୍ଧରେ କିଛି ବ୍ଯକ୍ତି ଏକ ମୃତଦେହ ଭାସମାନ ଅବସ୍ଥାରେ ଦେଖି ଅଗ୍ନିଶମ ବାହିନୀକୁ ଯୋଗଯୋଗ ପରେ ପରିବାରବର୍ଗଙ୍କୁ ସୂଚନା ଦେବା ସହ ମୃତ ଶରୀରକୁ ବ୍ଯବଚ୍ଛେଦ ପାଇଁ ମେଡିକାଲ ପଠାଇଥିଲେ । ଜଣେ ମେଳାପି ଓ ସହରର ସମସ୍ତଙ୍କ ପ୍ରିୟ ପାତ୍ର ସହ କ୍ରିକେଟ୍ କମେଣ୍ଟଟ୍ରି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦିନାଙ୍କ ଆକସ୍ମିକ ବିୟୋଗରେ ସହରରେ ଶୋକର ଛାୟା ଖେଳି ଯାଇଛି । ପରିବାରବର୍ଗ ଭାଙ୍ଗି ପଡିଥିବା ବେଳେ ସେମାନଙ୍କୁ ସରକାରୀ ଆର୍ଥିକ ସହାୟତା ପାଇଁ ସାଧାରଣରେ ଦାବୀ ଦେଖିବାକୁ ମିଳିଛି ।
( ରିପୋର୍ଟ: ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ
)

Exit mobile version