ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗୁଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଜାଲାଙ୍ଗିଆ ଉପର ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା। ଉପର ସାହି ରେ ଦୀର୍ଘ ବର୍ଷ ଧରି ଚାରି ପରିବାର ବସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଙ୍କ ପକ୍ଷରୁ କୌଣସି ପ୍ରକାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରା ଯାଇନଥିବା ଅଭିଯୋଗ କରିଛନ୍ତି ଜାଲାଙ୍ଗିଆ ଗ୍ରାମବାସୀ। ହେଲେ ଏଠି କିଛି ପ୍ରଶ୍ନବାଚି ସୃଷ୍ଟି ହେଉଛି ସରକାର ପରେ ସରକାର ବଦଳୁଛି ହେଲେ ସରକାର ଯୋଜନା ସଠିକ୍ ସ୍ଥାନରେ ପହଞ୍ଚିବାର ଅସୁବିଧା ରହୁଛି କୋଉଠି ନା ଜାଣି ଶୁଣି ପ୍ରଶାସନ ନିରବ ଦ୍ରଷ୍ଟା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯାହା ଫଳରେ ଲୋକେ ଆଜି ବି ବିଶୁଦ୍ଧ ପାନୀୟ ଜଳ ପାଉ ନ ଥିବାରୁ ବାଧ୍ୟ ହୋଇ ଦୂଷିତ ଚୂଆ ନାଳ ପାଣି ଉପରେ ନିର୍ଭର କରୁଛନ୍ତି ।
