ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) କଟକ :- ଚନ୍ଦନପୁର ,ବାଲିପଡା, ପୁରୀ ର ଝିଅ କୁନିପଣ୍ଡା ହାତରେ ଅତ୍ୟାଧିକ ମାତ୍ରାରେ କଷ୍ଟ ପାଉଥିବାରୁ ସୋସିଆଲ୍ ମିଡ଼ିଆ ରେ ନିଜ ଚିକିତ୍ସା ର ଖର୍ଚ୍ଚ ନିମନ୍ତେ ସହାୟତା କରିବାକୁ ଅନୁରୋଧ କରିଥିଲେ । ସେହି ଭିଡିଓ ଦେଖି କଟକ ଯୁବ ପରିବାରର ସଦସ୍ୟ ମାନେ ତାଙ୍କ ସହିତ ଫୋନ୍ ରେ କଥା ହୋଈ ହାତର ସମସ୍ୟା ବିଷୟରେ ବୁଝିଥିଲେ ଏବଂ ତାଙ୍କୁ ହାତ ବଢାଇବାକୁ ଆର୍ଥିକ ସହାୟତା ଦେଈଥିଲେ ।
କାର୍ଯ୍ୟକ୍ରମରେ କଟକ ଯୁବ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ । କଟକ ଯୁବ ପରିବାର ର ସଦସ୍ୟମାନେ ଚନ୍ଦନପୁର,ପୁରୀ ରେ ପହଞ୍ଚି କଟକ ରୁ ନେଈଥିବା ମା କଟକଚଣ୍ଡୀ ଙ୍କ ଫଟୋ ,ପାଦୁକ ଏବଂ ମା ଙ୍କ ଆଶୀର୍ବାଦ ସହିତ ୧୧,୧୦୧ ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ଆଗାମୀ ଦିନରେ ତାଙ୍କ ସହିତ ସମ୍ପର୍କ ରେ ରହି ଚିକିତ୍ସା କିଭଳି ଉନ୍ନତ ମାନର ହୋଈପାରିବ ସେ ବିଷୟରେ ତାଙ୍କ ସହିତ ଆଲୋଚନା କରିଥିଲେ ।
