ଟଙ୍କା, ସୁନାଚେନ ଓ କାନଫୁଲ ପୋଲିସ ପ୍ରକୃତ ମାଲିକଙ୍କୁ ଫେରାଇଲା

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରୀ ପୋଲିସ ପକ୍ଷରୁ ଚୋରି ହୋଇଥିବା ୧୬ ଗ୍ରାମର ସୁନାଚେନ ,ହଳେ କାନଫୁଲ ନଗଦ ୩ ହଜାର ୩୫୦ ଟଙ୍କା ପ୍ରକୃତ ମାଲିକାଣୀ ବାସୁମତୀ ବେହେରା ବୟସ ୪୦,ସ୍ବାମୀ ନଳିନୀକାନ୍ତ ବେହେରା ସା/ପୋ ନୂଆପଡା ପାଣପଣା ଜିଲ୍ଲା ବାଲେଶ୍ଵରକୁ ସଠିକ ପ୍ରମାଣ ପାଇ ପ୍ରଦାନ କରିଛି ।

ସାମଗ୍ରୀ ଗ୍ରହଣ କରିବା ପରେ ବାସୁମତୀ ବେହେରା ପୁରୀ ପୋଲିସକୁ କୃତଜ୍ଞତା ଜଣାଇବା ସହ ଦାୟୀତ୍ବବୋଧକୁ ପ୍ରଶଂସା କରିଥିଲେ । ଏହି ଚୋରି ଘଟଣା ସିଂହଦ୍ଵାର ଥାନା ଅଞ୍ଚଳରେ ଘଟିଥିଲା । ପୁରୀ ପୋଲିସ ସର୍ବଦା ଜନସାଧାରଣଙ୍କ ସେବା, ସୁରକ୍ଷା ଓ ସମ୍ପତ୍ତିର ସୁରକ୍ଷା ପ୍ରତି ଅଙ୍ଗୀକାରବଦ୍ଧ ରହିଛି । ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସାମଗ୍ରୀର ଉଦ୍ଧାର ଏବଂ ପ୍ରକୃତ ମାଲିକଙ୍କୁ ଫେରସ୍ତ ପ୍ରଦାନ କରିବା ଦିଗରେ ଏଭଳି ପଦକ୍ଷେପ ଭବିଷ୍ୟତରେ ମଧ୍ୟ ଜାରି ରହିବ ।

Exit mobile version